Advertisment

ନିର୍ବାଚନ ପୂର୍ବରୁ ପୁଣି ପାରୋଲରେ ଆସିଲେ ରାମ ରହିମ, ୨୦ ଦିନ ପାଇଁ ବାହାରିଲେ ଜେଲରୁ

ନିର୍ବାଚନ ଆୟୋଗଙ୍କ ସର୍ତ୍ତ ଅନୁଯାୟୀ ଡେରା ମୁଖ୍ୟଙ୍କୁ ପାରୋଲ ପ୍ରଦାନ କରାଯାଇଛି । ସର୍ତ୍ତ ଅନୁଯାୟୀ ଗୁରୁମିତ ଜେଲରୁ ବାହାରିବା ପରେ ହରିୟାଣାରେ ରହିବେ ନାହିଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ram rahim

ram rahim

ଆଗକୁ ହରିୟାଣା ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ଗୁରୁମିତ ରାମ ରହିମଙ୍କୁ ମିଳିଛି ୨୦ ଦିନିଆ ପାରୋଲ । ବଳାତ୍କାର ଓ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଗୁରୁମିତ ରାମ ରହିମ ବୁଧବାର ପୁଣି ଥରେ ଜେଲରୁ ବାହାରିଛନ୍ତି । ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ ହରିୟାଣାର ଜେଲରୁ ଉତ୍ତରପ୍ରଦେଶସ୍ଥିତି ବରନାବା ଆଶ୍ରମକୁ ଯାଇଛନ୍ତି ।

Advertisment

ନିର୍ବାଚନ ଆୟୋଗଙ୍କ ସର୍ତ୍ତ ଅନୁଯାୟୀ ଡେରା ମୁଖ୍ୟଙ୍କୁ ପାରୋଲ ପ୍ରଦାନ କରାଯାଇଛି । ସର୍ତ୍ତ ଅନୁଯାୟୀ ଗୁରୁମିତ ଜେଲରୁ ବାହାରିବା ପରେ ହରିୟାଣାରେ ରହିବେ ନାହିଁ । ସେ ମଧ୍ୟ କୌଣସି ରାଜନୈତିକ କାର୍ଯ୍ୟକଳାପର ଯୋଗ ଦେବେ ନାହିଁ । ସେହିପରି ସୋସିଆଲ ମିଡିଆରେ ମଧ୍ୟ ରାମ ରହିମ ପ୍ରଚାର କରିପାରିବେ ନାହିଁ । ସୂଚନା ଅନୁସାରେ ଗୁରୁମିତ ରାମ ରହୀମ ୨୦ ଦିନ ପାଇଁ ଜରୁରୀକାଳୀନ ପାରୋଲ ମାଗିଥିଲେ । ଗୁରୁମିତ ଜେଲ ବିଭାଗକୁ ଦେଇଥିବା ଆବେଦନରେ କହିଥିଲେ କି ସେ ପାରୋଲରେ ଯାଇ ଉତ୍ତରପ୍ରଦେଶର ବରନାବା ଆଶ୍ରମରେ ରହିବେ ।

ସୂଚନା ଅନୁସାରେ ରାମ ରହୀମ ୪ ବର୍ଷରେ ୧୧ ଥର ପାରୋଲରେ ଜେଲ୍‌ରୁ ବାହାରିଥିଲେ । କୌତୁହଳର ବିଷୟ ହେଉଛି ଯେ, ନିର୍ବାଚନ ପୂର୍ବରୁ ଗୁରୁମିତ କେବଳ ୮ ଥର ପାରୋଲରେ ବାହାରକୁ ଆସିଛନ୍ତି ।

Advertisment

ବର୍ତ୍ତମାନ ଡେରା ମୁଖ୍ୟ ରାମ ରହିମ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେବେଠୁ ସେ ଜେଲ୍‌ରେ ଅଛନ୍ତି।

Gurmeet Ram Rahim
Advertisment
Advertisment