• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀମାନଙ୍କ ପାଇଁ ଫେରିପାରେ ପୁରୁଣା ପେନସନ୍‌ । ଦେଶରେ ଲାଗୁ କରାଯାଇଥିବା ନୂତନ ପେନସନ୍‌ ବ୍ୟବସ୍ଥାକୁ ନେଇ ସରକାର ବିଚାରବିମର୍ଶ ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୂତନ ପେନସନ୍‌ ସ୍କିମ୍‌କୁ ନେଇ ସମୀକ୍ଷା କରାଯାଉଛି ।

ନୂତନ ପେନସନ୍‌ ଯୋଜନା ହେବା ପରେ କର୍ମଚାରୀଙ୍କ ମଧ୍ୟରେ କିଛି ଅସନ୍ତୋଷ ଦେଖାଦେଇଥିଲା । ତେଣୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ପ୍ୟାନେଲ୍‌ ଗଠନ କରିଛନ୍ତି ।

ଗଠନ କରାଯାଇଥିବା ଏହି ପ୍ୟାନେଲ୍‌ର ସଦସ୍ୟମାନେ କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍‌ ଯୋଜନା ଉପରେ ଅନୁଧ୍ୟାନ କରିବେ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ଯୋଜନାରେ କ’ଣ ପରିବର୍ତ୍ତନ କରାଯିବ ସେନେଇ ପ୍ୟାନେଲ୍‌ର ସଦସ୍ୟମାନେ ବିଚାର କରିବେ । ସେମାନଙ୍କ ଅନୁଧ୍ୟାନ ପରେ କର୍ମଚାରୀମାନଙ୍କ ପାଇଁ କରାଯାଇଥିବା ନୂତନ ପେନ୍‌ସନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ ।

ସରକାରୀ କର୍ମଚାରୀଙ୍କ ପାଇଁ ୨୦୦୪ ମସିହାରୁ NPS ଲାଗୁ ହୋଇଛି । NPSକୁ କର୍ମଚାରୀମାନେ ବିରୋଧ କରିବା ସହ ପୁରୁଣା ପେନସନ୍‌ ଯୋଜନାକୁ ପୁଣିଥରେ ଲାଗୁକରିବାକୁ ଦାବି କରିଆସୁଛନ୍ତି । ଅଣବିଜେପି ଶାସିତ ରାଜ୍ୟଗୁଡ଼ିକର ସରକାର ମଧ୍ୟ ପୁରୁଣା ପେନ୍‌ସନ ଯୋଜନା ଲାଗୁ କରିବାକୁ ଦାବି କରିଆସୁଛନ୍ତି । ତେଣୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତ୍ତି ନେଇଛନ୍ତି ।

ଅପରପକ୍ଷରେ ପୁରୁଣା ପେନ୍‌ସନ୍‌କୁ ନେଇ ଅର୍ଥନୀତିଜ୍ଞମାନେ ପ୍ରତିକ୍ରିୟା ରଖିଛନ୍ତି । ସରକାର ଯଦି କର୍ମଚାରୀମାନଙ୍କ ପାଇଁ OPS ପୁଣି ଥରେ ଲାଗୁ କରିଛନ୍ତି ତେବେ ସରକାରଙ୍କ ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହେବ । ହେଲେ କର୍ମଚାରୀମାନଙ୍କ ପାଇଁ NPSରେ କିଛି ପରିବର୍ତ୍ତନ ହୋଇପାରିବ କି ନାହିଁ ସେନେଇ କେନ୍ଦ୍ର ବିଚାର କରିବା ଆବଶ୍ୟକ ।