Advertisment

ବିଦେଶ ନଯାଇ ବି ମଙ୍କିପକ୍ସରେ ଆକ୍ରାନ୍ତ, ଲକ୍ଷଣ ଦେଖାଯିବା ପରେ...

୩୫ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣେ ଆଫ୍ରିକୀୟ ନାଗରିକ। ନିକଟରେ ସେ କୌଣସି ବିଦେଶ ଯାତ୍ରା କରିନଥିବା ଜଣାପଡ଼ିଛି। ତଥାପି ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।

author-image
Rajalaxmi Sahoo
Delhi reports 2nd monkeypox case

Delhi reports 2nd monkeypox case

ଦିଲ୍ଲୀରୁ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣେ ଆଫ୍ରିକୀୟ ନାଗରିକ। ନିକଟରେ ସେ କୌଣସି ବିଦେଶ ଯାତ୍ରା କରିନଥିବା ଜଣାପଡ଼ିଛି। ତଥାପି ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକଙ୍କୁ ୫ ଦିନ ଧରି ପ୍ରବଳ ଜ୍ୱର ହୋଇଥିବା ବେଳେ ଦେହରେ ଫୋଟକା ହୋଇଥିଲା। ଦିଲ୍ଲୀ ସରକାରୀ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। 

ପୁନେ ସ୍ଥିତ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

Advertisment

କେରଳରୁ ୩ ଜଣ, ଦିଲ୍ଲୀରୁ ୨ ଜଣ ଏବଂ ରାଜସ୍ଥାନରୁ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳରେ ଜଣେ ୨୨ ବର୍ଷୀୟ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିଲେ ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ। 

Monkeypox Monkeypox Cases In Delhi
Advertisment
Advertisment