Advertisment

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ।

author-image
Rajalaxmi Sahoo
India’s First Monkeypox Death Reported From Kerala

India’s First Monkeypox Death Reported From Kerala

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଜୁଲାଇ ୨୬ ତାରିଖରେ ତାଙ୍କର ଜ୍ୱର ହୋଇଥିଲା। ଦେହରେ ନାଲି ଫୋଟକା ଭଳି ଲକ୍ଷଣ ଦେଖାଦେଇଥିଲା। 

Advertisment

ଏହାପରେ ସମ୍ପୃକ୍ତ ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲ୍‌ରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି। ମଙ୍କିପକ୍ସ ପ୍ରୋଟୋକଲ୍‌ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଅବଜରଭେସନରେ ରଖାଯାଇଛି।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ୟୁଏଇରେ ପରୀକ୍ଷା ହୋଇଥିଲା ଏବଂ ସେ ମଙ୍କିପକ୍ସ ପଜିଟିଭ୍ ଥିଲେ। ଯୁବକଙ୍କ ପରିବାର ହସ୍ପିଟାଲ୍‌କୁ ରିପୋର୍ଟ ପ୍ରଦାନ କରିଥିଲେ। ଦେଶରେ ଏହା ପ୍ରଥମ ମଙ୍କିପକ୍ସ ଜନିତ ମୃତ୍ୟୁ  ହୋଇପାରେ ବୋଲି ସେ କହିଛନ୍ତି। ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

Advertisment
Monkeypox Monkeypox Death
Advertisment
Advertisment