/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687860524.jpg)
Guinness World Record
ମାତ୍ର ୧୫ ଘଣ୍ଟାରେ ଦିଲ୍ଲୀର ସବୁ ମେଟ୍ରୋ ଷ୍ଟେସନ୍ ବୁଲି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଦିଲ୍ଲୀର ଜଣେ ଯୁବକ । ରାଜଧାନୀର ଶଶାଙ୍କ ମନୁ ନାମକ ଜଣେ ଯୁବକ ମାତ୍ର ୧୫ ଘଣ୍ଟା ୨୨ ମିନିଟ୍ ୪୯ ସେକେଣ୍ତରେ ଏହି ରେକର୍ଡ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ଭୋର ୫ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଏହି ରେକର୍ଡ ହାସଲ କରିଛନ୍ତି ଶଶାଙ୍କ । ପ୍ରଥମେ ବ୍ଲୁ ଲାଇନ୍ରୁ ଯାତ୍ରା ଆରମ୍ଭ କରି ଗ୍ରୀନ୍ ଲାଇନ୍ରେ ଶେଷ କରିଥିଲେ । ଏହି ଯାତ୍ରା ସମୟରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପରେ ବି ନିଜର ଲକ୍ଷ୍ୟ ହାସଲ କରିବାରେ ସେ ସଫଳ ହୋଇଛନ୍ତି । ଯାହାକୁ ନେଇ ପୂରା ଦେଶରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।
ଅଧିକ ପଢ଼ନ୍ତୁ: ୧୩୮ ଘଣ୍ଟା ୪୧ ମିନିଟ ୨ ସେକେଣ୍ଡରେ ଗୀତ ଗାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ
୨ ବର୍ଷ ହେଲାଣି ଏହି ସଫଳତା ହାସଲ କରିବା ପାଇଁ ମନୁ ଦିନରାତି ପରିଶ୍ରମ ଚଳାଇଥିଲେ । ଶେଷରେ ଚଳିତ ଏପ୍ରିଲ ୧୪ ରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି । ଭୁଲ ବୁଝାବଣା କାରଣରୁ ପ୍ରଥମେ ଏହି ରେକର୍ଡଟି ପ୍ରଫୁଲ୍ଲ ସିଂ ନାମକ ଜଣେ ରାଜସ୍ୱ ଅଧିକାରୀଙ୍କ ନାମରେ ଥିଲା । ଯିଏ କି ଏହି ଯାତ୍ରାକୁ ମାତ୍ର ୧୬ ଘଣ୍ଟା ୨ ମିନିଟ୍ରେ ଶେଷ କରିଥିଲେ । କିନ୍ତୁ ବିଳମ୍ବରେ ହେଉ ପଛେ ଏବେ ଏହି ରେକର୍ଡ ଶଶାଙ୍କ ମନୁଙ୍କ ନାଁରେ ହୋଇପାରିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ତାଙ୍କୁ ଏନେଇ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯାଇଛି ।
Hey @GWR look what just arrived, the certificate for my Guinness record of visiting all Delhi Metro stations in fastest time!
Also the news of my record was prominently covered by many media outlets in India. THANK YOU! pic.twitter.com/ciIgb77ngg
— Shashank Manu (@sskmnu) April 4, 2023
ଗିନିଜ୍ ୱାର୍ଲ୍ଡ ରେକର୍ଡର ଗାଇଡଲାଇନ ଅନୁସାରେ ମନୁ ଏହି ଯାତ୍ରା ସମୟରେ ପ୍ରତିଟି ଷ୍ଟେସନର ଫଟୋ ଉଠାଇବା ସହ ସେଠାରେ ଉପସ୍ଥିତ ଥିବା ଯାତ୍ରୀ ହେଉ ବା ଅଧିକାରୀଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ । ତାଙ୍କର ଏହି ସଫଳତାର ଫଟୋକୁ ସେ ନିଜ ଟ୍ୱିଟର୍ ପେଜ୍ରେ ସେୟାର କରିଛନ୍ତି । ଆଉ କ୍ୟାପସନ୍ରେ ଲେଖିଛନ୍ତି , ‘ମୁଁ ସବୁଠୁ କମ୍ ସମୟରେ ଦିଲ୍ଲୀର ସବୁ ମେଟ୍ରୋ ଷ୍ଟେସନ୍ ବୁଲିବାର ରେକର୍ଡ କରିଛି । ଏଥିପାଇଁ ମତେ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସମ୍ମାନିତ କରାଯାଇଛି’ ।
ଅଧିକ ପଢ଼ନ୍ତୁ: କାର୍ରେ ୨୭ ଜଣ ବସି ଗିନିଜ୍ ୱାର୍ଲଡ୍ ରେକର୍ଡ
ସୂଚନାନୁଯାୟୀ ଦିଲ୍ଲୀରେ ମେଟ୍ରୋ ନେଟୱର୍କ ୩୯୧ କି.ମି ରହିଛି । ଯେଉଁଥିରେ ୧୨ ପ୍ରକାର ଲାଇନ୍ ଓ ୨୮୬ ଟି ଷ୍ଟେସନ ରହିଛି । ଏହି ବିସ୍ତୃତ ମେଟ୍ରୋ ଟ୍ରାକ୍ ପାଇଁ ଆଜି ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଛି । DMRC ପକ୍ଷରୁ ୨୦୦୨ ରେ ମେଟ୍ରୋର ପ୍ରଥମ କରିଡର୍ ଖୋଲା ଯାଇଥିଲା । ତେବେ ଶଶାଙ୍କ ଏହି ରେକର୍ଡକୁ ନେଇ ଚାଲିଛି ଚର୍ଚ୍ଚା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)