Advertisment

କାର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Guinness World Record

Guinness World Record

କାର୍‌ରେ ବସି ବିଶ୍ୱ ରେକର୍ଡ। ମିନି କୁପର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ। ଛୋଟ କାର୍‌ରେ ୬ରୁ ଅଧିକ ବସିବା କଷ୍ଟକର। ହେଲେ ଗୋଟିଏ କାରରେ ୨୭ ଜଣ ବସିବା କଣ ସମ୍ଭବ ! ହଁ ଆଜ୍ଞା... ଏହା ଅସାଧାରଣ ଲାଗିଲେ ବି ସମ୍ଭବ। ଗୋଟିଏ ଛୋଟ କାର୍‌ରେ ଜଣକ ପରେ ଆଉ ଜଣେ ବସୁଛନ୍ତି। ଏମିତି ୨୭ ଜଣ ବସିଲେ ଆଉ ଶେଷରେ ତାହା ଗିନିଜ୍‌ ୱାର୍ଲଡ୍‌ ରେକର୍ଡ ସ୍ଥାନ ପାଇଲା।

Advertisment

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି। କ୍ୟାପ୍‌ସନ୍‌ରେ ଲେଖାଯାଇଛି- ''ଗୋଟିଏ ମିନି କୁପର କାର୍‌ରେ କେତେ ଜଣ ବସିପାରିବେ।'' ଧଳା ରଙ୍ଗର ଏହି ମିନି କୁପର୍‌ରେ ବସିବା ପାଇଁ ୨୭ ଜଣ ଯୁବତୀ ପ୍ରସ୍ତୁତ ଅଛନ୍ତି। ପ୍ରଥମେ କାର୍‌ର ପଛ ସିଟ୍‌ରେ ଜଣକ ପରେ ଜଣେ ବସୁଛନ୍ତି। ଏହାପରେ କାର୍‌ ଆଗ ସିଟ୍‌ରେ ବସୁଛନ୍ତି। ଏମିତି ଭାବେ ଗୋଟିଏ କାର୍‌ରେ ୨୭ ଜଣ ବସିବା ପରେ ଡୋର୍ ବନ୍ଦ କରାଯାଇଛି।

୩ ମିନିଟ୍‌ର ଲମ୍ବା ଭିଡିଓ କ୍ଲିପ୍‌ରେ କେମିତି ଗୋଟିଏ ଛୋଟ କାରରେ ଗୋଟିଏ ପରେ ଗୋଟିଏ ଫିକ୍ସ ହୋଇ ବସିପାରିବେ, ତାହା ଦର୍ଶାଯାଇଛି। ତେବେ ଏହାରି ଭିତରେ ଅନେକ ଟ୍ୱିଟର ୟୁଜର୍ସଙ୍କ କମେଣ୍ଟ୍ ଆସିଛି। ଜଣେ ୟୁଜର ଲେଖିଛନ୍ତି ଯେ ଏହା ଏକପ୍ରକାରର ମଜାଳିଆ ଗେମ୍‌। ହେଲେ ଏଠାରେ ଦୁର୍ଘଟଣା ଘଟିଲେ ଜୀବନହାନୀର ସମ୍ଭାବନା ରହିଛି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ''ଏହା କି ପ୍ରକାରର ରେକର୍ଡ? ଏହାର ମହତ୍ତ୍ୱ କିଛି ନାହିଁ।'' ତେବେ ଏହି ଭିଡିଓ ସେପ୍ଟେମ୍ବର ୬ରେ ପୋଷ୍ଟ କରାଯାଇଥିଲେବି ଗତ ୨୦୧୪ରୁ ଭାଇରାଲ୍ ହୋଇଥିଲା।

Advertisment
Guinness World Record
Advertisment
Advertisment