• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କୁଆଡ଼େ ଯିବେ ? ଦିଲ୍ଲୀରୁ ଆପଣ କୁଆଡ଼େ ଯିବାକୁ ଚାହୁଁଛନ୍ତି ? ଜୟପୁର ନା ଆଗ୍ରା ନା ଡେରାଡୁନ୍‌ ? ନା ଚଣ୍ଡିଗଡ଼ ? ନା ଆପଣ ଇନ୍ଦୋରରୁ ଭୋପାଲ ଯିବାକୁ ଚାହୁଁଛନ୍ତି ? ଆପଣ ଯୁଆଡ଼େ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ । କିଛି ଅସୁବିଧା ନାହିଁ । ଆପଣ ଭାବୁଥିବେ ଆମେ ଆଜି ଏମିତି କଥା କାହିଁକି କହୁଛୁ ? ଆମେ କ’ଣ ଆପଣଙ୍କୁ ବୁଲେଇବା ପାଇଁ ନେବୁ କି ? ନା ଏଠି ଅଳଗା କିଛି ବ୍ୟବସ୍ଥା ଅଛି ? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ।

ଆଜ୍ଞା ହଁ, ଆମେ ଆଜି ଏକଥା ଏଇଥିପାଇଁ କହୁଛୁ, କାରଣ ଏସବୁ ଯାଗା ବୁଲିବା ପାଇଁ ଏକ ସ୍ୱତନ୍ତ୍ର ଅଫର ଆସିଛି । ତାହା ହେଲା ଆପଣ ମାତ୍ର ଏକ ଟଙ୍କା ଖର୍ଚ୍ଚ କରି ଏହି ସବୁ ଯାଗା ବୁଲିପାରିବେ । ଖୁବ୍‌ ସହଜରେ ବସ୍‌ ଯୋଗେ ଆପଣ ଏଠାକୁ ଯାଇପାରିବେ । ଆଉ ଏହି ସ୍ୱତନ୍ତ୍ର ଅଫର କେବଳ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ ଉପଲକ୍ଷେ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ଆରମ୍ଭ ହେଲା ଦ୍ୱିତୀୟ ଅଭିଯାନ

ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବସ୍‌ ଗୁଡ଼ିକ ବିଦ୍ୟୁତ ଦ୍ୱାରା ଚାଳିତ ।

ଏହି ବିଦ୍ୟୁତ ଚାଳିତ ବସ୍‌ରେ ଆପଣ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ଯାତ୍ରା କଲେ ମାତ୍ର ଏକ ଟଙ୍କା ଦେବାକୁ ପଡ଼ିବ । ଏଥିପାଇଁ ଆଗୁଆ ବୁକିଂର ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ ସଂସ୍ଥା ପକ୍ଷରୁ ଯେଉଁ ସବୁ ସ୍ଥାନକୁ ବା ଯେଉଁ ସବୁ ରୁଟ୍‌ ପାଇଁ ଏହି ଅଫର ରହିଛି, ତାହା ହେଲା...

ଇନ୍ଦୋରରୁ ଭୋପାଲ, ଦିଲ୍ଲୀ-ଚଣ୍ଡିଗଡ଼, ଦିଲ୍ଲୀ- ଆଗ୍ରା, ଦିଲ୍ଲୀ-ଡେରାଡୁନ୍‌, ଦିଲ୍ଲୀ-ଜୟପୁର, ଆଗ୍ରା-ଜୟପୁର, ବେଙ୍ଗାଲୁରୁ -ତିରୁପତି, ଚେନ୍ନାଇ-ତିରୁପତି, ଚେନ୍ନାଇ-ପଣ୍ଡିଚେରୀ ଏବଂ ହାଇଦ୍ରାବାଦ-ବିଜୟୱାଡ଼ା । ଏହି ସବୁ ସ୍ଥାନକୁ ଯିବା ପାଇଁ ସଂସ୍ଥା ପକ୍ଷରୁ ମାତ୍ର ଏକ ଟଙ୍କା ଟିକଟ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରଥମେ କ’ଣ ଥିଲା ୩ ରଙ୍ଗର ଉଦ୍ଦେଶ୍ୟ ? କେମିତି ଥିଲା ଡିଜାଇନରଙ୍କ ଶେଷ ସମୟ ?