ଆଜିଠୁ ଆରମ୍ଭ ହେଉଛି ‘ହର ଘର ତ୍ରିରଙ୍ଗା’ 2.0 କାର୍ଯ୍ୟକ୍ରମ । ଆଜିଠୁ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ଯାଏଁ ସାରା ଦେଶରେ ଏହି କ୍ୟାମ୍ପେନ୍ ଚାଲିବ । ଦେଶବାସୀ ୭୭ତମ ସ୍ୱାଧୀନତା ଦିବସରେ ଯେପରି ଅଧିକରୁ ଅଧିକ ସାମିଲ ହେବେ, ଘର, ଅଫିସ୍ ଏବଂ କର୍ମକ୍ଷେତ୍ରରେ ତ୍ରିରଙ୍ଗା ଉଡାଇବେ । ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହେବ । ଦିଲ୍ଲୀରେ ଆଜି ବିଜେପି ସମେତ ଏନଡିଏର ସାଂସଦ ଓ ନେତା ଏକ ବାଇକ୍ ଶୋଭାଯାତ୍ରାର ଆୟୋଜନ କରିଛନ୍ତି ।
Also Read
ସେହିଭଳି ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜିଠୁ ଅନେକ କାର୍ଯ୍ୟକ୍ରମ ହେବ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳିବ ତ୍ରିରଙ୍ଗା ।
ଆପଣ ଜାଣିଛନ୍ତି କି ତ୍ରିରଙ୍ଗା କେଉଁଠି ତିଆରି ହୁଏ ?
ଲାଲ୍ କିଲ୍ଲାରେ ଫର୍ ଫର୍ ହୋଇ ଉଡୁଥିବା ଜାତିର ଗୌରବ ହେଉ କିମ୍ବା ଦେଶର ଭିଭିଆଇପିଙ୍କ ଗାଡ଼ିରେ ଲାଗିଥିବା ତ୍ରିରଙ୍ଗା । ଆଉ ମନରେ ଜାତି ପ୍ରେମ ସୃଷ୍ଟି କରୁଥିବା ଏହି ସବୁ ସୁଉଚ୍ଚ ପତାକା । ଆପଣ କେବେ ଚିନ୍ତା କରିଛନ୍ତି କି, ଏସବୁ କେଉଁଠି ତିଆରି ହେଉଛି ? ଆଉ ଏହାର ଉତ୍ତର ହେଲା, ଦେଶର ପ୍ରଥମ ଓ ଏକମାତ୍ର BIS ହଲମାର୍କ ସ୍ୱୀକୃତି ପ୍ରାପ୍ତ ତ୍ରିରଙ୍ଗା ମ୍ୟାନୁଫାକଚରିଙ୍ଗ୍ ୟୁନିଟ୍ ରହିଛି କର୍ଣ୍ଣାଟକର ହୁବୁଳିରେ ।
କର୍ଣ୍ଣାଟକ ଖଦି ଗ୍ରାମଉଦ୍ୟୋଗ ସଂଯୁକ୍ତ ସଂଘର ଏହି ୟୁନିଟ୍ ହୁବୁଳି (Hubballi)ରେ ରହିଛି । ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଉଡୁଥିବା ତ୍ରିରଙ୍ଗା ଏଠାରେ ତିଆରି ହୁଏ । ଦେଶର କୋଣ ଅନୁକୋଣକୁ ମଧ୍ୟ ଏଠାରୁ ତ୍ରିରଙ୍ଗା(national flags ) ଯାଏ, ତାହା ପୁଣି ବିଭିନ୍ନ ଆକାରର । କାରିଗରମାନେ ତ୍ରିରଙ୍ଗା ପ୍ରସ୍ତୁତିରେ ସବୁବେଳେ ବ୍ୟସ୍ତ ଥାଆନ୍ତି । କିଏ କପଡ଼ା ସିଲେଇ ଦିଏ ତ ପୁଣି କିଏ ତିଆରି ହୋଇସାରିଥିବା ତ୍ରିରଙ୍ଗାକୁ ଇସ୍ତ୍ରୀ କରି ପ୍ୟାକିଂ କରିଦିଏ ।
ଅଧିକ ପଢ଼ନ୍ତୁ: ପ୍ରଥମେ କ’ଣ ଥିଲା ୩ ରଙ୍ଗର ଉଦ୍ଦେଶ୍ୟ ? କେମିତି ଥିଲା ଡିଜାଇନରଙ୍କ ଶେଷ ସମୟ ?
ଏଠାରେ ମୋଟ ୯ଟି ଆକାରର ତ୍ରିରଙ୍ଗା ପ୍ରସ୍ତୁତ ହୋଇଥାଏ । ଡିଜାଏନ, କଟିଙ୍ଗ, ଷ୍ଟିଚିଙ୍ଗ୍ ଠାରୁ ଆରମ୍ଭ କରି ସମସ୍ତ କାମ ଏଠାରେ କେବଳ ମହିଳାଙ୍କ ଦ୍ୱାରା ହିଁ ହୋଇଥାଏ । ଆଉ ଏହା ହିଁ ଏଠାକାର ସ୍ୱତନ୍ତ୍ରତା ।
ସ୍ୱାଧୀନତା ପରେ ପରେ ୧୯୫୭ ମସିହାରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଭେଙ୍କେଟସ ମଙ୍ଗଦଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠା ହୋଇଥିଲା । ୨୧ /୧୪ ସାଇଜ ସବୁଠାରୁ ବଡ଼ ଥିବା ବେଳେ ଭିଭିଆଇପିଙ୍କ କାରରେ ବ୍ୟବହୃତ ହେଉଥିବା ତ୍ରିରଙ୍ଗାର ସାଇଜ୍ ୬/୯ ରହିଥାଏ । କର୍ଣ୍ଣାଟକର ନରଗୁଣ୍ଡ ଫୋର୍ଟ, ମହାରାଷ୍ଟ୍ର ରାଇଗଡ଼ ସ୍ଥିତ ଶିବାଜୀ ଫୋର୍ଟ ରେ ଲାଗିଥିବା ତ୍ରିରଙ୍ଗା ଏଠାରୁ ପ୍ରସ୍ତୁତ ହୋଇ ଯାଇଛି ।
ସୂଚନାଯୋଗ୍ୟ ସାମ୍ବାଧାନିକ ପଦବୀରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।