• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତ ଗୋଡ଼ ବାନ୍ଧି ୫ ବର୍ଷର ଛୁଆକୁ ପକାଇ ଦିଆଯାଇଛି । ଆଉ ତାହା ପୁଣି ପ୍ରଚଣ୍ଡ ଖରାରେ, ଘରର ଛାତ ଉପରେ । ପାଖାପାଖି ୪୦ ଡିଗ୍ରୀରେ ଦିଲ୍ଲୀ ଏବେ ସିଝୁଥିବା ବେଳେ ଏତେ ଖରାରେ କଅଁଳ ଝିଅଟିକୁ ଦିଆଯାଇଛି ଏମିତି ନିର୍ଦ୍ଦୟ ଦଣ୍ଡ । ତାର ଦେହ ଏତେ ତାତୁଛି ଯେ, ବିଚାରି ଚେଷ୍ଟା କରୁଛି କେମିତି ଚଟାଣ ସହିତ ଦେହ ନ ଲାଗିବ ।

ପ୍ରଚଣ୍ଡ ଖରାରେ, ପୁରା ଦିପହରରେ ଝିଅଟି ଅସହ୍ୟ ଯନ୍ତ୍ରଣାରେ କରୁଛି ଚିତ୍କାର । ଅସହାୟ ହୋଇ ରାହା ଧରି କାନ୍ଦୁଛି । ମାଆ ମାଆ ବୋଲି ଡାକୁଛି । କିନ୍ତୁ କେହି ଶୁଣିବାର ନାହିଁ କି ତାକୁ ଉଦ୍ଧାର କରିବାର ନାହିଁ । ତେବେ ପିଲାର ଦୋଷ କଣ ? ପିଲାଟିର ଦୋଷ ହେଲା ସେ ହୋମ୍ଓ୍ୱାର୍କ କରିନି । ହୋମ୍ଓ୍ୱାର୍କ ନ କରିବାରୁ ପ୍ରଥମ ଶ୍ରେଣୀରେ ପଢୁଥିବା ୫ ବର୍ଷର ଝିଅକୁ ମିଳିଛି ଏମିତି ଅମାନବୀୟ ଦଣ୍ଡ । ବୋଧହୁଏ ଦଣ୍ଡ ଦେଇଥିବା ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି । ତାଙ୍କର ମଣିଷ ପଣିଆ ମରି ଯାଇଛି ।

ଏହି ଘଟଣା ହେଉଛି ଦିଲ୍ଲୀ କରଓ୍ୱଲ ନଗର ତୁଖମିରପୁର ଅଞ୍ଚଳର । ହୋମଓ୍ୱାର୍କ ନ କରିବାରୁ ଝିଅଟିକୁ ଏମିତି ନିର୍ଦ୍ଦୟ ଅମାନବୀୟ ଭାବେ ହାତଗୋଡ଼ ବାନ୍ଧି ଖରାରେ ଛାଡ଼ି ଦିଆଯାଇଛି । ଭିଜୁଆଲ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଆରମ୍ଭ କରିଛି ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ।

ରାଇଟ୍ ଟୁ ଏଜୁକେସନ ଅନୁସାରେ ସ୍କୁଲଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ଛୋଟ ପିଲାଙ୍କୁ ମାଡ଼ ଗାଳି ଦେବା ଦ୍ୱାରା ସେମାନଙ୍କର ବିକାଶ ଠିକ୍ ହୋଇପାରେନି । ଏଥିରୁ ପିଲାଙ୍କୁ ରକ୍ଷା କରିବାକୁ ଅନେକ ଆଇନ କାନୁନ ଅଛି । ତଥାପି ସାମାନ୍ୟ ହୋମଓ୍ୱାର୍କ ନ କରିବାରୁ ପିଲାଟିକୁ ଏମିତି ଦଣ୍ଡ ପ୍ରଦାନକୁ ସୋସିଆଲ ମିଡିଆରେ ବହୁତ ନିନ୍ଦା କରାଯାଇଛି ।