Advertisment

ଆପ୍‌କୁ ହାଇକୋର୍ଟଙ୍କ ଛାଟ; କହିଲେ, କେଜ୍ରିୱାଲ୍‌ଙ୍କ ଗିରଫ ବେଆଇନ୍‌ ନୁହେଁ..

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ।

author-image
Manoranjan Behera
ଅଦ୍ୟତନ ହୋଇଛି
Delhi HC Dismisses Arvind Kejriwal's Plea

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଟକା। କେଜରିୱାଲଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। କେଜରିୱାଲଙ୍କ ଗିରଫକୁ ବେଆଇନ କୁହାଯାଇପାରିବନି କହିଲେ କୋର୍ଟ। କେଜରିୱାଲଙ୍କୁ ଗିରଫ ପାଇଁ ଇଡି ପାଖରେ ଯଥେଷ୍ଟ ପ୍ରମାଣ ଥିଲା। ଏହି ମାମଲା କେନ୍ଦ୍ର ସରକାର ବନାମ କେଜରିୱାଲ ନୁହେଁ ବରଂ ଏହି ମାମଲା ଇଡି ବନାମ କେଜରିୱାଲ କହିଲେ ହାଇକୋର୍ଟ।

Advertisment

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ। କାରଣ ଏପ୍ରିଲ ୧୫ ଯାଏ ତଳ କୋର୍ଟ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କ ଆପ ସୁପ୍ରିମକୋର୍ଟ ଯିବ ବୋଲି କହିଛି।

ଅଧିକ ପଢ଼ନ୍ତୁ: ସ୍ଲିପର ଚପଲକୁ ମାଳ କରି ବେକରେ ପକାଇଛନ୍ତି ସ୍ୱାଧିନ ପ୍ରାର୍ଥୀ

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇଥିଲେ। ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି, ଇଡି ଜବତ କରିଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ନିଜର ବ୍ୟକ୍ତିଗତ କ୍ଷମତା ଓ ଆପର ଜାତୀୟ ଆବାହକ ଭାବେ ସେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଇଡି ପାଖରେ ଏମିତି କିଛି ସାମଗ୍ରୀ ରହିଛି, ଯାହା ମନିଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ।

Advertisment

ପ୍ରଥମେ ଗିରଫ ଓ ପରେ ରାଜସାକ୍ଷୀ ବନିଥିବା କିଛି ଲୋକଙ୍କ ବୟାନ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ଠିକ ନୁହେଁ ବୋଲି କୋର୍ଟରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି।

Arvind Kejriwal Enforcement Directorate Delhi High Court
Advertisment
Advertisment