• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଜେଇ ହେଉଛି ଦିଲ୍ଲୀ ସହର । ରାସ୍ତାଘାଟ ହୋଟେଲ୍ ମଲ୍ ସବୁଠି ଚାଲିଛି ବ୍ୟାପକ ପ୍ରସ୍ତୁତି । ଆସନ୍ତା ୯ ତାରିଖରୁ ଦିଲ୍ଲୀ ଭାରତ ମଣ୍ଡପମରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।

ସଜେଇ ହେଉଛି କ୍ୟାପିଟାଲ୍ ସିଟି ଦିଲ୍ଲୀ । ଯେଉଁଠି ଦେଖିବେ ସବୁଠି G-20ର କ୍ରେଜ୍ । ସମସ୍ତେ ସହରକୁ ଚକାଚକ୍ କରିବାରେ ବ୍ୟସ୍ତ । କେଉଁଠି ରାସ୍ତାକଡେକଡେ ଫୁଲଗଛ ସୋ’ ଗଛ ଲଗା ଯାଉଛି ତ ଆଉ କେଉଁଠି କାନ୍ଥ ବାଡରେ ଚିତ୍ର ବିଚିତ୍ର କରାଯାଇଛି । ଆଉ ଏହାରି ଭିତରେ ବେଶ୍ ଆକର୍ଷଣୀୟ ଦିଶୁଛି ପ୍ରଗତି ମୈଦାନରେ ଥିବା ଇଣ୍ଟରନ୍ୟାସନାଲ୍ ଏକଜିବିସନ୍ କମ୍ କନଭୋକେସନ ସେଣ୍ଟର୍ ଭାରତ ମଣ୍ଡପମ୍ ।

କାରଣ ନିକଟରେ ନୂଆକରି ଉଦଘାଟିତ ହୋଇଥିବା ଏହି ମଣ୍ଡପରେ ହିଁ ଆୟୋଜନ କରାଯିବ G-20 ଶିଖର ସମ୍ମିଳନୀ । ଚଳିତ ମାସ ୯ ତାରିଖରୁ ଦୁଇଦିନ ଧରି ଚାଲିବ ଏହି ବୈଠକ । ଆଉ ଏ ସବୁର ସାଜସଜାକୁ ନିଜେ ଅନୁଧ୍ୟାନ କରୁଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଓଡିଆ ପୁଅ ପ୍ରମୋଦ କୁମାର ମିଶ୍ର । ଅତିଥିମାନଙ୍କୁ ସ୍ୱାଗତ ପାଇଁ ନୂଆଦିଲ୍ଲୀରେ ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି । ଯେଉଁଥିରେ ଲେଖାଯାଇଛି ‘ବସୁଧୈବ କୁଟୁମ୍ବକମ୍’ ।

ଗୋଟେପଟେ ଦିଲ୍ଲୀର ଷ୍ଟାର୍ ହୋଟେଲ୍ ଗୁଡିକ ଅତିଥି ଅଭ୍ୟାଗତଙ୍କୁ ସ୍ୱାଗତ କରିବାରେ ଫୁଲ୍ ଦମରେ ତୟାରି କରିଦେଇଥିବାବେଳେ ଏଥର ମାଣ୍ଡିଆ, ଜଅ ଓ ବାଜରା ଭଳି ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ପରସିବାକୁ ସେଫ୍ ମାନେ ରେଡି କରୁଛନ୍ତି ସ୍ପେସିଆଲ୍ ଡିସ୍ । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜୋରଦାର୍ ପ୍ରୟାସ କରୁଛି ଦିଲ୍ଲୀ ପୋଲିସ୍ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲସ କାର୍କେଡ ରିହରସାଲ ମଧ୍ୟ କରୁଛି ।

  • Reported by:
  • SIBANANDA ROUT