• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିଲ୍ଲୀ ମଦ ଦୁର୍ନୀତି ମାମଲା। ୬ ଦିନିଆ ଇଡି ରିମାଣ୍ଡରେ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୮ ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର PMLA କୋର୍ଟ। ଏହି ରିମାଣ୍ଡ ବେଳେ କେଜ୍ରିୱାଲଙ୍କ ଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ମାମଲାରେ ୯ ଥର ସମନ ପାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ। ଫଳରେ ଗତକାଲି ରାତିରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି । ଇଡି ଲକଅପରେ ଗତରାତି କାଟିବା ପରେ, ଆଜି ତାଙ୍କୁ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଏହି ଦୁର୍ନୀତିର କିଙ୍ଗପିନ୍ ବୋଲି କହିବା ସହ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ଆଜି କୋର୍ଟରେ ହାଜିରା ବେଳେ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ଭିତରେ ଥାଏ କି ବାହାରେ ଥାଏ, ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ। ଏସବୁ ଭିତରେ ଦେଶବ୍ୟାପୀ ଆପ୍‌ ନେତା ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି । ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଡାକରା ଦେଇଛି ଆମ୍ ଆଦମୀ ପାର୍ଟି ।