/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730604342.jpg)
Delhi air pollution
ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି। ଆଜି ସକାଳ ୫ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ପାର୍ କରିଛି। ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇବାରେ ଲାଗିଛି । ଦୀପାବଳିର ଦୁଇ ଦିନ ପରେ ଅର୍ଥାତ ଆଜି ସକାଳ ୫ଟା ସୁଦ୍ଧା ଏହା ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। IQAir ୱେବସାଇଟର ତଥ୍ୟ ଅନୁଯାୟୀ, ଧୂଆଁର ଏକ ମୋଟା ପରସ୍ତ ଜାତୀୟ ରାଜଧାନୀକୁ ଘୋଡାଇ ରଖିଛି । ୧୨ ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୨୭ ରୁ ୫୦୭ କୁ ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆରର PM2.5 ସ୍ତର ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ୬୫ ଗୁଣ ଅଧିକ ବିପଜ୍ଜନକ ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଦିଆଯାଉଥିବା ସମୀର ଆପର ପ୍ରତି ଘଣ୍ଟାର ଅପଡେଟ୍ ଅନୁସାରେ, ଆଲିପୋର, ଆନନ୍ଦ ବିହାର, ଅଶୋକ ବିହାର, ଆୟା ନାଗର, ବାୱାନା, ବୁରାରୀ, ମଥୁରା ରୋଡ୍, ଆଇଜି ବିମାନ ବନ୍ଦର, ଦ୍ୱାରକା, ଜାହାଙ୍ଗୀରପୁରୀ, ମୁଣ୍ଡକା, ନରେଲା, ପାଟରଗଞ୍ଜ, ରୋହିଣୀ, ଶାଦିପୁର, ସୋନିଆ ବିହାର, ୱାଜିରପୁର, ମାଣ୍ଡିର ମାର୍ଗ, ନେହେରୁ ନଗର, ନଜାଫଗଡ ଏବଂ ଅନ୍ୟାନ୍ୟ ପାଣିପାଗ ନିରୀକ୍ଷଣ କେନ୍ଦ୍ରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ।
#ବିଷ_ବଳୟରେ_ଦିଲ୍ଲୀ
-ଦୀପାବଳିର ୨ ଦିନ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ
-ସକାଳ ୫ଟାରେ AQI ୫୦୦ ପାର୍ କଲା
-WHO ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ
-୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି ପାଇଛି#AirPollution#Delhi#Diwali#AQI#OTVpic.twitter.com/Bp4G6CKL1e— ଓଟିଭି (@otvkhabar) November 3, 2024
ଦୀପାବଳି ପରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ର 'ଗମ୍ଭୀର' ସ୍ତରରେ ପହଞ୍ଚିବା ପଛରେ ସବୁଠାରୁ ବଡ କାରଣ ହେଉଛି ଅଧିକ ପବନ, ଯାହା କ୍ରମାଗତ ଭାବରେ ପ୍ରବାହିତ ହେଉଛି। ଏହା ବ୍ୟତୀତ ରାତିରେ କମ୍ ତାପମାତ୍ରା ମଧ୍ୟ ଏକ ବଡ଼ କାରଣ । ବାସ୍ତବରେ, ନିମ୍ନ ତାପମାତ୍ରା ବାୟୁର ଗତିକୁ ମନ୍ଥର କରିଥାଏ ।ମାନାଙ୍କ ଅନୁଯାୟୀ, ଯେତେବେଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଶୂନରୁ ୫୦ ମଧ୍ୟରେ ଥାଏ, ଏହାକୁ 'ଭଲ' ଭାବରେ ବିବେଚନା କରାଯାଏ ଏବଂ ଯେତେବେଳେ ଏହା ୫୧ ରୁ ୧୦୦ ମଧ୍ୟରେ ଥାଏ, ସେତେବେଳେ ଏହାକୁ 'ସନ୍ତୋଷଜନକ' ବର୍ଗରେ ବିବେଚନା କରାଯାଏ ।
ଯଦି AQI ୧୦୧ ଅତିକ୍ରମ କରେ ଏବଂ ୨୦୦ ରୁ କମ୍, ଏହାକୁ 'ମଧ୍ୟମ' ଭାବରେ ବିବେଚନା କରାଯାଏ । ଯଦି AQI ୨୦୧ ରୁ ୩୦୦ ମଧ୍ୟରେ ଥାଏ, ତେବେ ଏହାକୁ 'ଖରାପ' ଭାବରେ ବିବେଚନା କରାଯାଏ। ସେହିଭଳି AQI ୩୦୧ ରୁ ୪୦୦ ମଧ୍ୟରେ ପହଞ୍ଚିଲେ, ଏହାକୁ 'ଅତ୍ୟନ୍ତ ଖରାପ' ଓ ୪୦୧ ରୁ ୫୦୦ ମଧ୍ୟରେ ଥିଲେ ଏହାକୁ ‘ବିପଜ୍ଜନକ’ ବା 'ଗୁରୁତର' ଭାବରେ ବିବେଚନା କରାଯାଏ। ଏହା ଲୋକଙ୍କ ପାଇଁ କ୍ଷତିକାରକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)