Advertisment

Delhi Air Pollution: ଷ୍ଟାର ହୋଟେଲ୍‌ରେ ବିକ୍ରି ହେଉଛି ବିଶୁଦ୍ଧ ବାୟୁ; ଟଙ୍କା ଥିଲେ ବଞ୍ଚିବ ଜୀବନ !

ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।

ଅଦ୍ୟତନ ହୋଇଛି
sell clean air as a service

sell clean air as a service

Advertisment

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପୂରା ବିଷ ବଳୟରେ ରହିଛି ରାଜଧାନୀ । ବିଷାକ୍ତ ବାୟୁ ପ୍ରଶ୍ୱାସରେ ନେଇ ଲୋକ ନାନା ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି। ଏପରି ସ୍ଥିତିରେ ସ୍ୱଚ୍ଛ ବା ବିଶୁଦ୍ଧ ବାୟୁ ମିଳିବା ସ୍ୱପ୍ନ ପରି ମନେହୁଏ। ତେବେ ଏହି ସମସ୍ୟାକୁ ଦୂର କରିଛି ଏକ ଫାଇଭ ଷ୍ଟାର୍ ହୋଟେଲ୍। ଏଠାରେ ବାହାରର ପ୍ରଦୂଷିତ ବାୟୁ ନୁହେଁ ବରଂ ପୂରା ବିଶୁଦ୍ଧ ବାୟୁ ଭରପୂର ରହିଛି। ହେଲେ ଏହା ମାଗଣାରେ ଉପଲବ୍ଧ ହେବନାହଁ। ଖାଦ୍ୟ ଓ ପାନୀୟ ପରି ଏଠାରେ ବାୟୁ ମଧ୍ୟ ବିକ୍ରି କରାଯାଉଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଗତ କିଛି ସପ୍ତାହ ମଧ୍ୟରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ନେଇଛି। ହେଲେ ଜାତୀୟ ରାଜଧାନୀର ପଞ୍ଚ ତାରକା ହୋଟେଲରେ ଏକ ଅଲଗା ସେବା ଉପଲବ୍ଧ ରହିଛି। ଯାହାକି ଲୋକଙ୍କ ଆବଶ୍ୟକତା ପାଲଟିଯାଇଛି। ତାହା ହେଉଛି ବିଶୁଦ୍ଧ ବାୟୁ। ଏହି ହୋଟେଲ୍ ଲୋକଙ୍କୁ ବିଶୁଦ୍ଧ ବାୟୁ ବିକ୍ରି କରୁଛି। ତେବେ ଆମେରିକୀୟ ବିଲିୟନେୟାର ବ୍ରାଏନ ଜନସନ ଦି ଓବରୋଇର ଏକ ସାଇନ୍ ବୋର୍ଡର ଫଟୋ ସେୟାର କରି ଏହା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି “ପ୍ରତ୍ୟେକ ଗେଷ୍ଟରୁମ୍‌ରେ ହାରାହାରି ବାୟୁ ଗୁଣବତ୍ତା ବା AQI 2.4 ରହିଛି। ପ୍ରତ୍ୟେକ କୋଠରୀରେ ସ୍ମାର୍ଟ ଏୟାର ଫିଲ୍ଟର ଥିବାରୁ ଏହା ସମ୍ଭବ ହୋଇପାରିଛି।‘’ଜନସନ ତାଙ୍କ ପୋଷ୍ଟରେ ଥଟ୍ଟା କରି କହିଛନ୍ତି ଯେ ହୋଟେଲ ଏକ ସେବା ଭାବରେ ସ୍ୱଚ୍ଛ ବାୟୁ ବିକ୍ରି କରୁଛି।

ଆମେରିକାରେ ନିବେଶକ ଭାବରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ଇଞ୍ଜିନିୟର ଦେବରଧ୍ୟ ଦାସ ଏହି ବାର୍ତ୍ତାଳାପରେ ଯୋଗ ଦେଇଥିଲେ ଏବଂ ନୂଆଦିଲ୍ଲୀର ତାଜ ପ୍ୟାଲେସରୁ ସମାନ ସାଇନବୋର୍ଡ ସେୟାର କରିଥିଲେ। ଗେଷ୍ଟ ରୁମ ବାହାରେ ୩୯୭ ଥିବା ବେଳେ ଗେଷ୍ଟ ରୁମ୍‌ରେ ଏହା ମାତ୍ର ୫୮ ରହିଥିଲା। ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତାକୁ ଆଲୋକିତ କରିଛି। ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି, କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଏହାକୁ ଟଙ୍କା ଦେଇ କିଣିପାରିବେ।

Advertisment

ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ବିଷ ବଳୟରେ ପୁରା ରାଜଧାନୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି । ମୁକାବିଲା ପାଇଁ  ଲାଗୁ ହୋଇଛି ଗ୍ରେପ୍-୪ କଟକଣା ।

ଅଧିକ ପଢ଼ନ୍ତୁ: ଅଣାୟତ୍ତ ଦିଲ୍ଲୀ: କମୁନି ବାୟୁ ପ୍ରଦୂଷଣ...ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

Advertisment

ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ କରାଯାଇଛି । ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ । କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ । ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ । BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ ।

ସେହିପରି ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀ ୱାର୍କ ଫ୍ରମ୍‌ ହୋମ୍‌ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି । ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ୨୦୦୦ ଟଙ୍କିଆ ନୋଟ୍‌ ନେଇ ଆସିଲା ବଡ଼ ଅପଡେଟ୍; ଜାଣନ୍ତୁ, ଏବେ କେମିତି ବଦଳାଇବେ

ତେବେ o ରୁ ରୁ ୫୦ ମଧ୍ୟରେ ଥିବା AQI କୁ ‘ଭଲ’, ୫୧ ଏବଂ ୧୦୦ ମଧ୍ୟରେ ରହିଲେ ଏହା ‘ସନ୍ତୋଷଜନକ’, ୧୦୧ ରୁ ୨୦୦କୁ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଅତି ଖରାପ’ ବୋଲି ଧରାଯାଏ । ସେହିପରି AQI ୪୦୧ରୁ ୪୫୦ ମଧ୍ୟରେ ରହିଲେ ଏହାକୁ ‘ଗୁରୁତର’ ଏବଂ ୪୫୦ ପାର୍ କଲେ ଏହାକୁ ସିଭିୟର୍ ପ୍ଲସ୍ ବା ‘ଅତି ଗୁରୁତର’ ଭାବରେ ବିବେଚନା କରାଯାଏ । ବଢୁଥିବା AQI ଇନଡେକ୍ସକୁ ହ୍ରାସ ଓ ବାୟୁ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏହି ନିୟମ ଲାଗୁ ହୋଇଛି ।

Delhi Air Pollution Air Quality Hotels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ