PM
ପହଲଗାମ୍ ହମଲାକୁ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ରାଜନାଥ ସିଂ। ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରତ୍ୱପୂର୍ଣ୍ଣ ଆଲୋଚନା ହେବ। ଆଉ କିଛି ସମୟ ପରେ ଏହି ବୈଠକ ଦିଲ୍ଲୀରେ ବସିବ।
ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ
ପହଲଗାମ୍ ହମଲା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ। ଏହାପୂର୍ବରୁ ଗତକାଲି CDS ଜେନେରାଲ୍ ଅନୀଲ ଚୌହାନ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ ରାଜନାଥ। ଏସବୁ ଭିତରେ କାଶ୍ମୀରରେ ହାଇଆଲର୍ଟ ଜାରି ହୋଇଛି। ଆତଙ୍କବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁରା ଜମ୍ମୁକଶ୍ମୀରରେ ସୁରକ୍ଷା ବଢ଼ାଇବା ସହ ତନ୍ନ ତନ୍ନ ଯାଞ୍ଚ କରୁଛି ଫୋର୍ସ।
ଅନ୍ୟପକ୍ଷରେ ଲଗାତାର ୪ରାତି ଦିନ ହେବ ସୀମାରେ ପାକିସ୍ତାନର ଗୁଳିମାଡ଼ କରୁଛି। ଗତକାଲି ଓ ଆଜି ପୁଞ୍ଝ ଓ କୁପୱାରା ସୀମାରେ ଫାୟାରିଂ କରୁଛି ପାକିସ୍ତାନ। ଭାରତୀୟ ସେନା ପକ୍ଷରୁ ଏହା ମୁହଁତୋଡ଼ ଜବାବ ମଧ୍ୟ ଦିଆଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/PM_1745813740.jpg)