/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660308180.jpg)
Atal Pension
ଅଟଳ ପେନସନ ଯୋଜନାରେ ସାମିଲ ହୋଇପାରିବେନି ଆୟକରଦାତା । ଆସନ୍ତା ଅକ୍ଟୋବରରୁ ଆୟକରଦାତା ଏହି ଯୋଜନାରେ ସାମିଲ ହୋଇପାରିବେନି । ଧରାପଡିଲେ ବନ୍ଦ ହେବ ଖାତା ଓ ଜମା ହୋଇଥିବା ଟଙ୍କା ତାଙ୍କୁ ଫେରାଇ ଦିଆଯିବ । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।
୧୮ ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ପୁଞ୍ଜିନିବେଶ କଲେ ହିତାଧିକାରୀ ୫୦ ଓ ୬୦ ବର୍ଷ ବୟସରୁ ପେନସନ୍ ସୁବିଧା ପାଇବ । ହେଲେ ଏହି ଯୋଜନାରେ ଧନୀ ବର୍ଗ ଓ ଆୟକର ଦାତା ସାମିଲ ହେଉଥିଲେ । ଏଣୁ ଯେଉଁମାନେ ସାମାଜିକ ସୁରକ୍ଷା ଯୋଜନାର ଅଂଶ ନୁହନ୍ତି ଓ ଆୟକର ଦେଉନାହାନ୍ତି ସେମାନଙ୍କ ପାଇଁ ସରକାର ଅବଦାନ ରାଶି ଅଧାଭାଗ ପୈଠ କରୁଥିଲେ । ଏଣୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆୟକର ଦାତା ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯାହାକୁ ସାଧାରଣ ହିତାଧିକାରୀ ଓ ଏଜେଣ୍ଟ ସ୍ୱାଗତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)