Advertisment

ବଦଳିଲା ବିଧାନସଭା ଭୋଟ୍‌ ଗଣତି ତାରିଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ଏହି ଦିନ ଆସିବ ରେଜଲ୍ଟ...

ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍‌ ୧୯ରେ ଭୋଟ୍‌ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍‌ ଗ୍ରହଣ ହେବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Counting Date Change

Counting Date Change

ଜୁନ୍ ୨ରେ ହେବ ଅରୁଣାଚଳ ଓ ସିକିମରେ ଭୋଟ ଗଣତି। ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭାର ଭୋଟ୍ ଗଣତି ତାରିଖ ବଦଳାଇଛନ୍ତି ECI। ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍ ୨ ତାରିଖରେ ହେବ ଗଣତି। ଶନିବାର ନିର୍ବାଚନ ତାରିଖ ଘୋଷଣା କରିବା ଅବସରରେ ନିର୍ବାଚନ ଆୟୋଗ କହିଥିଲେ ଯେ, ଲୋକସଭା ଓ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ଆସିବ। କିନ୍ତୁ ଆଜି ରେଜଲ୍ଟ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ। ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍‌ ୨ରେ ଆସିବ।

Advertisment

ସୂଚନା ଅନୁସାରେ ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍‌ ୧୯ରେ ଭୋଟ୍‌ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍‌ ଗ୍ରହଣ ହେବ। ପ୍ରଥମେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନର ରେଜଲ୍ଟ ଜୁନ୍‌ ୪ରେ ଆସିବାର ଥିଲା। କିନ୍ତୁ ଏହି ୨ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଜୁନ୍‌ ୨ରେ ସରୁଥିବାରୁ ଭୋଟ୍‌ ଗଣତି ତାରିଖ ବଦଳାଯାଇଛି। ତେବେ ଏହି ୨ ରାଜ୍ୟର ସଂସଦୀୟ କ୍ଷେତ୍ରର ଗଣତି ପୂର୍ବ ସୂଚୀ ଅନୁସାରେ ହେବ ବୋଲି କହିଛନ୍ତି ECI ।

Advertisment

ସୂଚନା ଅନୁସାରେ ଶନିବାର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ୍‌ ଜରିଆରେ ନିର୍ବାଚନ କମିଶନଙ୍କ ଏନେଇ ଘୋଷଣା କରିଛନ୍ତି। ୨୦୨୪ର ସାଧାରଣ ନିର୍ବାଚନ ଲାଗି ଶନିବାର ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣ କରିଛନ୍ତି ECI। ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୨ୟ ପର୍ଯ୍ୟାୟ- ଏପ୍ରିଲ ୨୬, ୩ୟ ପର୍ଯ୍ୟାୟ- ମେ’ ୭, ଚତୁର୍ଥ ପର୍ଯ୍ୟାୟ- ମେ’ ୧୩, ୫ମ ପର୍ଯ୍ୟାୟ- ମେ’ ୨୦, ଷଷ୍ଠ ପର୍ଯ୍ୟାୟ- ମେ’ ୨୫, ସପ୍ତମ ପର୍ଯ୍ୟାୟ- ଜୁନ୍‌ ୧ରେ ହେବ। ଜୁନ୍‌ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ।

Election Commission Assembly Polls General Election 2024
Advertisment
Advertisment