Advertisment

ପୁଣି ଫେରିଲା କରୋନା ! ଏହିସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସତର୍କ, ଭୁଲ୍‌ରେ କରନ୍ତୁନି ଅଣଦେଖା...

ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍‌ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

ଅଦ୍ୟତନ ହୋଇଛି
Covid 19 New Symptoms

Covid-19 New Symptoms

Advertisment

ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍‌ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଉଛି  ଏହାଦେଖି ଭାରତ ସଜାଗ ହୋଇଛି। 

Advertisment

ଚୀନ୍‌ରେ କରୋନାର ବିସ୍ଫୋରଣ ପରେ ଭାରତ ସଜାଗ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଦେଶରେ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧିର କାରଣ ଓମିକ୍ରନ୍‌ର BF.7 ଭାରିଏଣ୍ଟ (BF.7 variant of Omicron) କୁହାଯାଉଥିବା ବେଳେ ୪ କେସ୍‌ ଭାରତରେ ମଧ୍ୟ ଚିହ୍ନଟ କରାଯାଇଛି। 

ଅଧିକ ପଢ଼ନ୍ତୁ: ପୁଣି କରୋନା ଆତଙ୍କ ! ଓଡ଼ିଶାରେ ଚୀନ୍ ଭାଇରସ୍‌...

ଗୁଜରାଟର ୬୧ ବର୍ଷୀୟ NRI ମହିଳା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଭ୍ୟାକ୍ସିନ୍‌ର ୩ ଡୋଜ୍‌ ମଧ୍ୟ ନେଇ ସାରିଛନ୍ତି। କରୋନା ଭାଇରସ୍‌ ଲଗାତାର ଭାବେ ମ୍ୟୁଟେଟ୍‌ ହେଉଥିବାରୁ ଏହାର ଲକ୍ଷଣ ମଧ୍ୟ ପରିବର୍ତ୍ତନ ହେଉଛି। ଏମିତି ଅନେକ କେସ୍‌ ସାମ୍ନାକୁ ଆସିଛି, ଯେଉଁଠି ଭ୍ୟାକ୍ସିନ୍‌ ନେବା ପରେ ମଧ୍ୟ ଲୋକେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଅନେକ ଲକ୍ଷଣ ଅଛି, ଯାହାକୁ ସାମାନ୍ୟ ଭାବି ଆମେ ଅଣଦେଖା କରି ଦେଇଥାଉ। ହେଲେ ପରେ ଏହା କରୋନା ଲକ୍ଷଣ ବୋଲି ଜଣାପଡ଼େ। 

Advertisment

ୟୁକେର ହେଲ୍‌ଥ୍‌ ଷ୍ଟଡି ଆପ୍‌ ZOE କରୋନା ସଂକ୍ରମିତଙ୍କ ଲକ୍ଷଣ ସମ୍ପର୍କରେ ସୂଚନା ଦେଇଛି। Express.co.uk ଅନୁସାରେ, ମହାମାରୀ କରୋନା ଆରମ୍ଭ ପରେ ZOE ଆପ୍‌ ଲଗାତାର ଭାବେ କୋଭିଡ୍‌ ଲକ୍ଷଣ ସମ୍ପର୍କରେ ସୂଚନା ଦେଇ ଆସୁଛି। ସମୟ ସହ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ହେଉଛି। 

କୋଭିଡ୍‌-୧୯ର ଏସବୁ ଲକ୍ଷଣକୁ ଭୁଲ୍‌ରେ ବି ଅଣଦେଖା କରନ୍ତୁ ନାହିଁ....

  • ତଣ୍ଟି ଦରଜ ହେବା
  • ଛିଙ୍କ ହେବା
  • ନାକରୁ ପାଣି ବାହାରିବା
  • ନାକ ବନ୍ଦ ହୋଇଯିବା
  • ଶୁଖିଲା କାଶ 
  • ମୁଣ୍ଡବ୍ୟଥା
  • କଫ ସହ କାଶ ହେବା
  • କଥା କହିବାବେଳେ କଷ୍ଟ ଅନୁଭବ କରିବା
  • ମାଂପେଶୀରେ ଯନ୍ତ୍ରଣା
  • ଗନ୍ଧ ବାରି ନପାରିବା
  • ଅଧିକ ଜ୍ୱର ଆସିବା
  • ଜ୍ୱର ସହ କମ୍ପ ଆସିବା
  • ଲଗାତାର ଭାବେ କାଶ ହେବା
  • ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
  • ଥକାପଣ ଅନୁଭବ କରିବା
  • ଭୋକ ନଲାଗିବା
  • ଝାଡ଼ାବାନ୍ତି ହୋଇ ଅସୁସ୍ଥ ଅନୁଭବ କରିବା
Advertisment

ZOE ହେଲ୍‌ଥ୍‌ ଷ୍ଟଡି ଅନୁସାରେ, ଗନ୍ଧ ବାରି ନପାରିବା, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଇତ୍ୟାଦି କୋଭିଡ୍‌-୧୯ର BF.7 ଭାରିଏଣ୍ଟର ସାଧାରଣ ଲକ୍ଷଣ। କରୋନାର ଅନ୍ୟ ଭାରିଏଣ୍ଟରେ ମଧ୍ୟ ଏସବୁ ଲକ୍ଷଣ ଦେଖିବାକୁ ମିଳିଥିଲା। ନ୍ୟାସନାଲ୍‌ ହେଲ୍‌ଥ୍‌ ସର୍ଭିସ୍‌ର କହିବା ଅନୁସାରେ, ସଂକ୍ରମିତ ହେବାର ୫ ଦିନ ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହୋଇନଥାନ୍ତି। ଏମିତି ବି ଘଟଣା ସାମ୍ନାକୁ ଆସିଛି ସଂକ୍ରମିତ ହେବାର ୧୦ ଦିନ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହୋଇଥାନ୍ତି। ତେଣୁ କୋଭିଡ୍‌ ଲକ୍ଷଣ ଦେଖାଦେଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ। ୫ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସନ୍ତୁ ନାହିଁ। ଅତି ବେଶୀରେ ୧୦ ଦିନ ପର୍ଯ୍ୟନ୍ତ ବୟସ୍କ, ଶିଶୁ କିମ୍ବା ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। 

Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ