Advertisment

COVID Situation Monitoring by India: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ

ହଂକଂ ଓ ସିଙ୍ଗାପୁରରେ କାହିଁକି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ହଂକଂସ୍ଥିତ ହେଲ୍ଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ (Albert Au) କହିଛନ୍ତି, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି ।

ଅଦ୍ୟତନ ହୋଇଛି
COVID

COVID

Advertisment

ସିଙ୍ଗାପୁର ଏବଂ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ । ଯାହାକୁ ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢିଛି । ଅନ୍ୟପକ୍ଷରେ  ସ୍ଥିତି ଉପରେ ଭାରତ ସରକାର ନଜର ରଖିଥିବା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇ ରହିଛି। ଦେଶରେ କୋଭିଡ ସ୍ଥିତି ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

ଡାଇରେକ୍ଟର ଜେନେରାଲ ଅଫ୍ ହେଲ୍ଥ ସର୍ଭିସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଏମରଜେନ୍ସି ମେଡିକାଲ ରିଲିଫ୍ ଡିଭିଜନ୍, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ରିସର୍ଚ୍ଚର ଟିମ୍ ଉପସ୍ଥିତ ରହିଥିଲେ ।

ଗତକାଲି ସୁଦ୍ଧା ସାରା ଦେଶରେ ୨୫୭ଟି ଅତି ସାଧାରଣ କୋଭିଡ୍ କେସ ଥିବା ବେଳେ ଏହି ସଂଖ୍ୟା ଭାରତର ଜନସଂଖ୍ୟା ଅନୁସାରେ ନଗଣ୍ୟ । ସ୍ଥିତି ସେତେ ଖରାପ ନାହିଁ, ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

Advertisment

ହଂକଂ ଓ ସିଙ୍ଗାପୁରରେ କାହିଁକି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ହଂକଂସ୍ଥିତ ହେଲ୍ଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ (Albert Au) କହିଛନ୍ତି, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି । ଗଳାରୁ ନମୂନା ନିଆଯାଇ କରାଯାଇଥିବା ପରୀକ୍ଷଣରୁ ଅଧିକାଂଶ ପଜିଟିଭ୍ ବାହାରିଛି ।

ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଢେର୍ ଅଧିକ । ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଥିବାର କହିଛନ୍ତି ହଂକଂର ଜଣେ ଅଧିକାରୀ । ଏହି ଭୂତାଣୁ ଏବେ ବ୍ୟାପୁଥିବାର ଲକ୍ଷ୍ୟ କରାଯାଉଛି । ଡାକ୍ତରଖାନାକୁ ଏହି ରୋଗର ଲକ୍ଷଣ ଥିବା ଅଧିକରୁ ଅଧିକ ରୋଗୀ ଆସୁଛନ୍ତି । ଏହି ରୋଗ ୫ ବର୍ଷ ତଳେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।କେବଳ ହଂକଂ ନୁହେଁ ଏସିଆର ଅନ୍ୟତମ ସହର ସିଙ୍ଗାପୁରରେ କୋଭିଡ -୧୯ ବଢ଼ୁଥିବା ରିପୋର୍ଟ ଆସୁଛି 

Advertisment

ଅଧିକ ପଢ଼ନ୍ତୁ: କ’ଣ ଏହି ଉଦ୍‌ବେଗ, ଆଧୁନିକ ଜୀବନଚର୍ଯ୍ୟାରେ କାହିଁକି ବଦଳୁଛି ଏହାର ଚେହେରା ?

Coronavirus COVID-19 Singapore Hong Kong
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ