Advertisment

ଫୁଲ୍‌ ସ୍ପିଡ୍‌ରେ ବଢ଼ୁଛି କରୋନା ସଂକ୍ରମଣ, ୧୨ ରାଜ୍ୟକୁ ନେଇ ଚିନ୍ତା

ଗତ ସପ୍ତାହରେ କରୋନା କେସ୍‌ ଦ୍ୱିଗୁଣା ହୋଇଛି। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Corona Cases In India

Corona Cases In India

ପୁଣିଥରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ସପ୍ତାହରେ କରୋନା କେସ୍‌ ଦ୍ୱିଗୁଣା ହୋଇଛି। ଯାହା ଚିନ୍ତାଜନକ ବିଷୟ। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି। ଦିଲ୍ଲୀ, ଉତ୍ତରପ୍ରଦେଶର କିଛି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ୍‌ ୦.୮୪% ରହିଛି। ସେହିପରି ଆକ୍ଟିଭ୍‌ କେସ୍‌ ୧୬ ହଜାର ୫୨୨ ରହିଛି।

Advertisment

ଦେଶରେ କରୋନା ସଂକ୍ରମଣ ଯେଭଳି ବୃଦ୍ଧି ପାଉଛି ଗତ ସପ୍ତାହର କରୋନା ଗ୍ରାଫ୍‌କୁ ଦେଖିଲେ ତାହା ସହଜରେ ଅନୁମାନ କରାଯାଇପାରିବ। ଏପ୍ରିଲ ୧୮ରୁ ୨୪ ମଧ୍ୟରେ ୧୫,୭୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପୂର୍ବ ସପ୍ତାହରେ ମୋଟ୍‌  ୮,୦୫୦ ପଜିଟିଭ୍‌ ବାହାରିଥିଲେ। ଏହି ୨ ସପ୍ତାହର କରୋନା କେସ୍‌ ତୁଳନା କଲେ ୯୫%  ମାମଲା ବଢ଼ିଥିବା ଜଣାପଡ଼ିଛି। ଏହା ହେଉଛି ଦ୍ୱିତୀୟ ସପ୍ତାହ, ଯାହାକି ଓ ଲଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପୂର୍ବରୁ ୧୧ ସପ୍ତାହ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। 

ସଂକ୍ରମଣ ବୃଦ୍ଧି ପଛରେ କରୋନାର ସବ୍‌ ଭାରିଆଣ୍ଟ୍‌ ନା ଇମ୍ୟୁନିଟି ଶକ୍ତି ହ୍ରାସ ତାହା ଜଣାପଡ଼ି ନାହିଁ। ତେବେ ଆଶ୍ୱସ୍ତିକର କଥା, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶର କରୋନା କେସ୍‌ ଲୋକଙ୍କୁ ଡରାଉଥିବା ବେଳେ ଏବେ ଆଉ ୯ ରାଜ୍ୟରେ ସଂକ୍ରମଣ ମାମଲାକୁ ନେଇ ଚିନ୍ତା ବଢ଼ିଛି। ଯାହାକି କରୋନାର ଚତୁର୍ଥ ଲହରର ଭୟ ସୃଷ୍ଟି କରିଛି। ଏହି ୯ ରାଜ୍ୟ ମଧ୍ୟରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା ଓ ମିଜୋରାମ ରହିଛି।

Advertisment

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଗତ ସପ୍ତାହରେ ୪୮%, କର୍ଣ୍ଣାଟକରେ ୭୧%, ତାମିଲନାଡୁରେ ୬୨%, ପଶ୍ଚିମବଙ୍ଗରେ ୬୬%, ତେଲେଙ୍ଗାନାରେ ୨୪% ଓ ରାଜସ୍ଥାନରେ ୫୭%ରୁ ଅଧିକ କରୋନା କେସ୍‌ ରେକର୍ଡ କରାଯାଇଛି। ଏହି ୧୨ ରାଜ୍ୟ ଏବେ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୫୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

Coronavirus Corona Cases In India
Advertisment
Advertisment