/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671452832.jpg)
Gas Cylinder
ଖୁସି ଖବର । ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ । ଦେଶରେ ବଢ଼ୁଥିବା ଦରଦାମ ଲୋକଙ୍କୁ କନ୍ଦାଇ ଦେଇଥିବା ବେଳେ, ଗ୍ୟାସ୍ ଦର ହ୍ରାସ, ଲୋକଙ୍କୁ ନିହାତି ଭାବେ ଆଶ୍ୱସ୍ତ କରିବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍ ବା ଏଲ୍ପିଜି ଦର ୫୦୦ ଟଙ୍କା ହେବ । ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।
Advertisment
ରାହୁଲ ଗାନ୍ଧି ଙ୍କ ଉପସ୍ଥିତିରେ ଶ୍ରୀ ଗେହଲଟ ଏହି ଘୋଷଣା କରିଛନ୍ତି । ଏହି ସମୟରେ ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ଗେହଲଟ । ଆସନ୍ତା ବର୍ଷ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ: ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)