/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713001833.jpg)
laxman savadi
ଶୁକ୍ରବାର କର୍ଣ୍ଣାଟକର କାଲାବୁରାଗୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନେ ଖଡଗେ ଏକ ସମାବେଶରେ ଯୋଗ ଦେଇଥିଲେ । ଏହି ସମାବେଶରେ କଂଗ୍ରେସର ଜଣେ ବିଧାୟକ ‘ଭାରତ ମାତା କି ଜୟ’ ନାରା ଲଗାଇବା ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅନୁମତି ଲୋଡ଼ିଥିଲେ । ଏହି ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହେବା ସହ ଅଡୁଆରେ ପଡ଼ିଛି କଂଗ୍ରେସ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେପି, କଂଗ୍ରେସକୁ ଜୋରଦାର ଟାର୍ଟେଟ କରିଛି ।
ଶୁକ୍ରବାର ଆୟୋଜିତ ସମାବେଶରେ ଅଥାନୀ କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାବଦୀ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ‘ମୋର ଆଶା ଅଛି କି ଖଡ଼ଗେ ସାହେବ ଏହାକୁ ଭୁଲ ବୁଝିବେ ନାହିଁ। ମୁଁ ‘ଭାରତ ମାତା କି ଜୟ’ କହିବି ଏବଂ ଆପଣମାନେ ମଧ୍ୟ ଏହାକୁ ଜୋରରେ ପୁନରାବୃତ୍ତି କରିବେ। ଲକ୍ଷ୍ମଣ ସାବଦୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କର୍ଣ୍ଣାଟକ ବିଜେପି ୟୁନିଟ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
କର୍ଣ୍ଣାଟକ ବିଜେପି ମୁଖ୍ୟ BY ବିଜୟେନ୍ଦ୍ର ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣାକୁ କଂଗ୍ରେସ ମଧ୍ୟରେ ଏକ ବୃହତ ସାଂସ୍କୃତିକ ବିଭେଦର ସୂଚକ ବୋଲି ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦେଶଭକ୍ତି ପ୍ରକାଶ କରିବା ଏବଂ "ଭାରତ ମାତା" କୁ ପ୍ରଶଂସା କରିବା ଦ୍ୱାରା କଂଗ୍ରେସ ମଧ୍ୟରେ ଅପରାଧବୋଧ ଓ ସ୍ପଷ୍ଟୀକରଣର ସାମ୍ନା କରିବାକୁ ପଡ଼ିଥାଏ।
ବିଜୟେନ୍ଦ୍ର ଆହୁରି କହିଛନ୍ତି କି ‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନୈରାଶଜନକ ଅଟେ। ଲକ୍ଷ୍ମଣ ସାବଦୀଙ୍କ ପରି ଜଣେ ବରିଷ୍ଠ ନେତା ମଞ୍ଚ ଉପରେ ନିଜ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ନାରେ ଖୋଲାଖୋଲି ଭାବରେ ‘ଭାରତ ମାତା କି ଜୟ’ ନାରା ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ବିପଜ୍ଜନକ ନୁହେଁ କି ? ଦେଶପ୍ରେମ ତଥା "ଭାରତ ମାତା"କୁ ପ୍ରଶଂସା କରିବାକୁ ଚେଷ୍ଟା କରୁଥିବା ଜଣେ କଂଗ୍ରେସ ନେତା ନିଜକୁ ଦୋଷୀ ମନେ କରୁଛନ୍ତି ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ଘଟଣା ସତ୍ୟକୁ ଆହୁରି ଦୃଢ଼ କରିଦେଇଛି ଯେ କଂଗ୍ରେସର ଦେଶପ୍ରେମକୁ ପ୍ରମାଣ କରିବାକୁ ସାବଦୀଙ୍କ ଉଦ୍ୟମ ଏକ ବୃଥା ପ୍ରୟାସ। ଏହି ଘଟଣାରେ କଂଗ୍ରେସ ନିଜକୁ ବିଜେପି ସହିତ ତୁଳନା କରିପାରିବ ନାହିଁ। ବିଜେପି ଜାତୀୟତାବାଦୀ ତଥା ଦେଶପ୍ରେମୀ ଆଦର୍ଶକୁ ଏହାର ମୂଳ ସଂସ୍କୃତିର ଏକ ଅଂଶ ଭାବରେ ଗ୍ରହଣ କରିଛି ।
It's rather very unfortunate & depressing to know that a senior leader like Lakshman Savadi hesitates to openly raise the slogan "Bharath Mata Mi Jai" on a Congress platform infront of its National President Mallikarjun Kharge.
Isn't it very pitiful & dangerous that a Congress… pic.twitter.com/QN45WvHNCF
— Vijayendra Yediyurappa (Modi Ka Parivar) (@BYVijayendra) April 12, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)