Advertisment

Video: ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌...

ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌। ମଙ୍ଗଳବାର ଦିନ ଏକ ରୋଡ୍‌ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Congress Leader DK Shivakumar Showers Rs 500 Notes In Roadshow

Congress Leader DK Shivakumar Showers Rs 500 Notes In Roadshow

Advertisment

ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌। ମଙ୍ଗଳବାର ଦିନ ଏକ ରୋଡ୍‌ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଶିବକୁମାର ବସ୍‌ର ଛାତ ଉପରେ ଛିଡ଼ା ହୋଇ ୫୦୦ ଟଙ୍କିଆ ନୋଟ୍‌ ଫିଙ୍ଗୁଛନ୍ତି।

Advertisment

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଶିବକୁମାର ‘ପ୍ରଜା ଧ୍ୱନି ଯାତ୍ରା’ରେ ସାମିଲ ହୋଇଥିଲେ। ତେବେ ମାଣ୍ଡ୍ୟା ଜିଲ୍ଲାର ବେଭିନାହାଲ୍ଲିରେ ପ୍ରଚାର ବେଳେ ସେ ଟଙ୍କା ଫିଙ୍ଗୁ ଥିବା ନଜର ଆସିଛି। ମାଣ୍ଡ୍ୟା ଜିଲ୍ଲାରେ ସେ ପ୍ରଚାର ଜୋରଦାର କରିଛନ୍ତି। ଏହି ଜିଲ୍ଲା ଶକ୍ତିଶାଳୀ ଭୋକ୍କାଲିଗା ସମ୍ପ୍ରଦାୟର ଏକ ଗଡ଼ ବୋଲି କୁହାଯାଉଛି। 

Advertisment

ସୂଚନାଥାଉ କି, ୨୦୧୮ରେ ବିଜେପି କୁ ସଂଖ୍ୟା ଗରିଷ୍ଠତା ନମିଳିବାରୁ କଂଗ୍ରେସ ଓ ଜେଡିଏସ୍‌Janata Dal (Secular) ମିଳିତ ଭାବେ ସରକାର ଗଠନ କରିଥିଲେ। ତେବେ ୨୦୧୯ରେ କଂଗ୍ରେସ ଓ ଜେଡିଏସ୍‌ରୁ ଅଧିକାଂଶ ଇସ୍ତଫା ଦେବା ପରେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଥିଲା। 

ଅନ୍ୟପକ୍ଷେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ’ ୧୦ ତରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ମେ’ ୧୩ରେ ଭୋଟ୍‌ ଗଣତି ହେବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପିର ୧୧୯ ଜଣ ବିଧାୟକ ରହିଛନ୍ତି।

Advertisment
Assembly Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ