• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘରୋଇ କଳିରେ ଲିପ୍ତ ଦୁଇ ପଡ଼ୋଶୀଙ୍କୁ ଯମୁନା ସଫା କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏକ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ରାୟ ଶୁଣାଇଛନ୍ତି କୋର୍ଟ । ୪୫ ଦିନ ଧରି ଯମୁନା ନଦୀକୁ ସଫା କରିବା ଲାଗି ଦୁଇ ପରିବାରଙ୍କୁ କୋର୍ଟ କହିଛନ୍ତି । ରାୟ ପ୍ରକାଶର ୧୦ ଦିନ ମଧ୍ୟରେ ଦିଲ୍ଲୀ ଜଲ ବୋର୍ଡ ସଦସ୍ୟ ଅଜୟ ଗୁପ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଫେଇ କାମ ଆରମ୍ଭ କରିବାକୁ କୋର୍ଟ କହିଛନ୍ତି । ଦୁହିଁଙ୍କ ସଫେଇରେ ଜଲ ବୋର୍ଡ ସନ୍ତୁଷ୍ଟ ହେଲେ ସେମାନେ ଗୋଟିଏ ପ୍ରମାଣପତ୍ର ପ୍ରଦାନ କରିବେ ।

ଦିଲ୍ଲୀ ଜଲ୍ ବୋର୍ଡର ପ୍ରମାଣପତ୍ର ପାଇବାର ସପ୍ତାହେ ମଧ୍ୟରେ ଉଭୟ ପକ୍ଷ ହାଇକୋର୍ଟଙ୍କ ପାଖରେ ଏହାକୁ ଉପସ୍ଥାପନ କରିବେ । ସମସ୍ତ ପ୍ରକ୍ରିୟା ୨ ମାସ ମଧ୍ୟରେ ସାରିବାକୁ ହେବ । ତା’ପରେ ନିର୍ଦ୍ଦେଶ ପାଳନ ହୋଇଥିବା ନେଇ ଯଦି କୋର୍ଟ ସନ୍ତୁଷ୍ଟ ହୁଅନ୍ତି, ତା’ହେଲେ ଯାଇ ଦୁହିଁଙ୍କ ବିରୋଧରେ ଥିବା ମାମଲା ରଦ୍ଦ କରାଯିବ ବୋଲି ହାଇକୋର୍ଟ ଜୈତପୁର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପକ୍ଷ ଘରୋଇ କଳିକୁ ନେଇ ପରସ୍ପର ବିରୋଧରେ ଏତଲା ଦେଇଥିଲେ । ପରେ ମାମଲା ରୁଜୁ ହୋଇ କୋର୍ଟରେ ପହଞ୍ଚିଥିଲା ।