Advertisment

Supreme Court: ସରିଲା CJI D.Y. Chandrachudଙ୍କ କାର୍ଯ୍ୟକାଳ, ବିଦାୟ ସମ୍ବର୍ଦ୍ଧନା ବେଳେ ମାଗିଲେ କ୍ଷମା !

ଭାବବିହ୍ୱଳ ଢଙ୍ଗରେ ମାଆ, ପତ୍ନୀ ଓ ପରିବାର ସମ୍ପର୍କରେ ରଖିଲେ ତଥ୍ୟ । ସୋମବାର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ସଞ୍ଜୀବ ଖାନା ।

ଅଦ୍ୟତନ ହୋଇଛି
Supreme Court

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା

Advertisment

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା। ଗତକାଲି ସୁପ୍ରିମକୋର୍ଟ ବାର ଆସୋସିଏସନ୍ ହଲ୍ ଭିତରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ନିଜ ଅଭିଭାଷଣ ରଖିବାବେଳେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼। କହିଥିଲେ କୋର୍ଟ କାର୍ଯ୍ୟବେଳେ ଯଦି କାହା ମନକୁ ଆଘାତ ଦେଇଥାଏ, ତାହାଲେ କ୍ଷମା କରିଦେବେ।

Advertisment

ସେହିଭଳି ବିଦାୟକାଳୀନ ସଭାରେ ନିଜ ପରିବାର, ତାଙ୍କ ମାଆ କରିଥିବା ଧନଂଜୟ ନାମକରଣ ଓ ଓଡିଆ ପତ୍ନୀଙ୍କ ସମ୍ପର୍କରେ ଅନେକ କଛି କିଛି କଥା କହିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ା। ୯ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ଭାର ସମ୍ଭାଳିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼।

ତାଙ୍କ କାର୍ଯ୍ୟକାଳ ଭିତରେ ଧାରା ୩୭୦ର ଉଚ୍ଛେଦ ସହ ବ୍ରିଟିଶ୍ ଅମଳର ଆଇନ ବଦଳି- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଥିଲା। ଆସନ୍ତା ସୋମବାର ଦିନ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନା କାର୍ଯ୍ୟରେ ଯୋଗଦେବେ।

Advertisment

ଏହା ସହ ପଢ଼ନ୍ତୁ: Odia Girl Raped In Delhi: ପୋଲିସ ପାଖରେ ନଥିଲା କିଛି ବି ତଥ୍ୟ, ପୀଡ଼ିତାଙ୍କ ପାଟିରୁ ବାହାରୁନଥିଲା ଶବ୍ଦ !

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଚନ୍ଦ୍ରଚୂଡ଼ଙ୍କ ସନ୍ତୁଳିତ ଏବଂ ନିରପେକ୍ଷ ନେତୃତ୍ୱକୁ ବର୍ଣ୍ଣନା କରି କହିଥିଲେ ଯେ, ସରକାରଙ୍କ ପାଇଁ ଆମେ କିଛି ମାମଲା ଜିତିଥିଲୁ ଏବଂ ଅନେକ ହରାଇଥିଲୁ, କିନ୍ତୁ ଆମେ ଜାଣିଥିଲୁ ଯେ ଆମକୁ ଅଦାଲତଙ୍କୁ ବୁଝାଇବା ଏବଂ ଆମର କଥା ରଖିବାର ସୁଯୋଗ ମିଳିଲା ନାହିଁ। ଚନ୍ଦ୍ରଚୂଡ଼ଙ୍କୁ ‘ପରିବାରର କର୍ତ୍ତା’ ବୋଲି ଅଭିହିତ କରି ମେହେଟ୍ଟା ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳରେ ସମର୍ପଣ ଏବଂ ନିରପେକ୍ଷତାକୁ ପ୍ରଶଂସା କରିଥିଲେ। ୨୦୨୨ ମସିହା ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ଆଜି ଏକ ସୌହାର୍ଦ୍ଦପୂର୍ଣ୍ଣ ଓ ଆବେଗଭରା କାର୍ଯ୍ୟକ୍ରମ ସହ ପରିସମାପ୍ତି ଘଟିଛି।

Advertisment

ଜଷ୍ଟିସ ଚନ୍ଦ୍ରଚୂଡ଼ ନିଜ ବିଦାୟୀ ଭାଷଣରେ ନ୍ୟାୟପାଳିକାର ପରମ୍ପରାକୁ ପ୍ରଶଂସା କରିବା ସହ ଜଣେ ଓକିଲ ଭାବେ ସେ କିଭଳି ଯୁକ୍ତିର କୌଶଳକୁ ଅନୁଧ୍ୟାନ କରିଥିଲେ ଏବଂ ମୂଲ୍ୟବାନ ଅଦାଲତ ପ୍ରକ୍ରିୟା ଶିଖିଥିଲେ ସେ ସଂପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଆମେ ଏଠାରେ କାମ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ତୀର୍ଥଯାତ୍ରୀଙ୍କ ଭଳି ଆସୁଛୁ ଏବଂ କାର୍ଯ୍ୟ ସଂପାଦନ କରି ଚାଲିଯାଉଛୁ।

ଏହା ସହ ପଢ଼ନ୍ତୁ: Supreme Court On LMV Licence: ଡିଏଲ୍ ନିୟମରେ ବଡ଼ ପରିବର୍ତ୍ତନ; ଲାଇଟ୍ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ

ଅନେକ ମହାନ ବିଚାରପତି ଅଛନ୍ତି ଯେଉଁମାନେ ଏହି ଅଦାଲତକୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟରେ ସଜ୍ଜିତ କରି ଦାୟିତ୍ବ ସଂପାଦନ କରିଛନ୍ତି। ଉତ୍ତରାଧିକାରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ସଂଜୀବ ଖାନ୍ନାଙ୍କ ସଂପର୍କରେ ଉଲ୍ଲେଖ କରି ଚନ୍ଦ୍ରଚୂଡ଼ କହିଥିଲେ ‘ମୁଁ ଯେତେବେଳେ ଏହି ଅଦାଲତରୁ ବାହାରିଯିବି ସେତେବେଳେ କୌଣସି ଫରକ ପଡ଼ିବ ନାହିଁ କାରଣ ଜଷ୍ଟିସ୍ ଖାନ୍ନାଙ୍କ ଭଳି ସ୍ଥିର ଓ ଦୃଢ଼ମନା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବେ।

Supreme Court CJI D.Y.Chandrachud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ