Advertisment

Odia Girl Raped In Delhi: ପୋଲିସ ପାଖରେ ନଥିଲା କିଛି ବି ତଥ୍ୟ, ପୀଡ଼ିତାଙ୍କ ପାଟିରୁ ବାହାରୁନଥିଲା ଶବ୍ଦ !

ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odia Girl Raped In Delhi

ଶୂନ୍ୟ ତଥ୍ୟ ପ୍ରମାଣ ଭିତରେ ୨୧ ଦିନ ଭିତରେ ରହସ୍ୟ ଭେଦିଲା ପୋଲିସ

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା। ୨୧ ଦିନରେ କେମିତି ମାମଲାର ପର୍ଦ୍ଦାଫାସ କଲା ଦିଲ୍ଲୀ ପୋଲିସ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଏଭଳି ଏକ ବ୍ଲାଇଣ୍ଡ କେସ୍ ବା କୌଣସି ସୁରାକ୍ ନଥିବା ମାମଲାର ଖିଅ ଖୋଜିବାକୁ ୭ଶହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ପୋଲିସ । ୧୫୦ରୁ ଅଧିକ ସନ୍ଦିଗ୍ଧ ଅଟୋ ରିକ୍ସାକୁ ହୋଇଥିଲା ଛାନଭିନ୍। ଅତି ସଂଗୀନ ଅବସ୍ଥାରେ ଉଦ୍ଧାର ହୋଇଥିବା ପୀଡ଼ିତା ପୋଲିସକୁ କିଛି କହୁନଥିବାରୁ,ଛଦ୍ମବେଶରେ ତାଙ୍କଠୁ ତଥ୍ୟ ଆଦାୟ କରିଥିଲେ ଅଣ୍ଡରକଭର ପୋଲିସ ଏବଂ ଓଡ଼ିଆ ଟ୍ରାନ୍ସଲେଟର ।

Advertisment

ଗଣଦୁଷ୍କର୍ମ ପୀଡ଼ିତା ଓଡ଼ିଆ ଯୁବତୀ ଜଣକ ଅକ୍ଟୋବର ୧୧ରେ ସରାଇକେଲା ଖାନ୍ ଅଞ୍ଚଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହାପରେ ଦିଲ୍ଲୀ ଏମ୍‌ସ ଟ୍ରମା ସେଣ୍ଟରରେ ଏକପ୍ରକାର୍ ବାକ୍ ଶୂନ୍ୟ ଅବସ୍ଥାରେ ପଡ଼ିରହିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ପୋଲିସକୁ ଦେଖିଲେ ବିଚଳିତ ହୋଇଉଠୁଥିଲେ। ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।

ଏହା ସହ ପଢ଼ନ୍ତୁ: College Student Gang-Rape: ସୈତାନ୍ ବୟଫ୍ରେଣ୍ଡର ସାଂଘାତିକ କାଣ୍ଡ; ପ୍ରେମିକାର ଆପତ୍ତିଜନକ ଭିଡ଼ିଓ ଉଠାଇ ଗଣଦୁଷ୍କର୍ମ

Advertisment

ତେବେ ତାଙ୍କ ବିଶ୍ୱାସଭାଜନ ହୋଇ କଥା ଆଦାୟ କରିବାକୁ ଛଦ୍ମବେଶରେ ଯାଇଥିଲେ ଅଣ୍ଡରକଭର ପୋଲିସ । ଲେଡି କନଷ୍ଟେବଲ ସଂଗୀତା ତାଙ୍କ ପାଖକୁ ଜଣେ ସମାଜସେବୀ ପରିଚୟ ନେଇ ଯାଇଥିଲେ ଏବଂ ତାଙ୍କ ସହିତ ଜଣେ ଓଡ଼ିଆ ଟ୍ରାନ୍ସଲେଟର ନର୍ସ ବେଶରେ ଯାଇଥିଲେ । କିଛି ସମୟ ପରେ, କେତେଜଣ ଦୁଷ୍କର୍ମକାରୀ ଥିଲେ ବୋଲି ପଚାରିବାରୁ ପୀଡ଼ିତା ଜଣକ ଅତି କଷ୍ଟରେ ୩ଟି ଅଙ୍ଗୁଳି ଦେଖାଇଥିଲେ । ଏଥିସହ କ୍ଷୀଣ ସ୍ୱରରେ 'ଷ୍ଟେସନ' ବୋଲି କହିବା ସହିତ, ଜଣେ ଦିବ୍ୟାଙ୍ଗ ଥିଲା ଏବଂ ସେମାନଙ୍କର ଅଟୋ ଥିଲା ବୋଲି କହିଥିଲେ।

ଏହାପରେ ଜଏଣ୍ଟ ସିପି ସଞ୍ଜୟ ଜୈନ ଡିସିପି ରବି କୁମାର ଓ ଏସିପି ଐଶ୍ୱର୍ଯ୍ୟା ସିଂଙ୍କ ନେତୃତ୍ୱରେ ସ୍ପେଶାଲ ଟିମ୍ ଓ ୧୦ଟି ସବ ଟିମ୍ ଗଠନ କରାଯାଇଥିଲା । ସରାଇକେଲା ଖାନ୍ ଅଞ୍ଚଳରେ ପୀଡ଼ିତାଙ୍କ ଉଦ୍ଧାରସ୍ଥଳକୁ ଯାଇଥିବା ସମସ୍ତ ଛୋଟବଡ଼ ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ତଦନ୍ତରେ ସବୁଠୁ ବଡ଼ ସୁରାକ୍ ମିଳିଥିଲା ଅକ୍ଟୋବର ୧୦ର ଏକ ସିସିଟିଭି ଫୁଟେଜରୁ। ସେଥିରେ ପୀଡ଼ିତା ଓଲ୍ଡ ଦିଲ୍ଲୀ ରେଳ ଷ୍ଟେସନରେ ବସିଥିବା ଦେଖିବାକୁ ମିଳିଥିଲା ।

ଏହାପରେ ୧୦ ଅକ୍ଟୋବରରୁ ୧୧ ଅକ୍ଟୋବର ମଧ୍ୟରେ ସେ କେଉଁ କେଉଁ ବାଟ ଦେଇ ଯାଇଥାଇପାନ୍ତି, ଏହାର ଏକ ସମ୍ଭାବ୍ୟ ଇଲେକ୍ଟ୍ରୋନିକ୍ ମ୍ୟାପ୍ ତିଆରି କରାଯାଇଥିଲା ଏବଂ ତମାମ୍ ଅଞ୍ଚଳର ପ୍ରାୟ ୭ଶହ ସିସିଟିଭି ଫୁଟେଜ୍ ଯାଞ୍ଚ ହୋଇଥିଲା । ସେଥିରୁ ଠାବ ୧୫୦ରୁ ଅଧିକ ଅଟୋ ଯାଞ୍ଚ ବେଳେ ଗୋଟିଏ ଅଟୋ ରିକ୍ସା କ୍ରାଇମ ସିନ୍ ନିକଟରେ ଛିଡ଼ା ହୋଇଥିବା ଏବଂ ସେଠାରୁ ଯାଇ ଆଉ ଗୋଟିଏ ସ୍ଥାନରେ ଅଟକୁ ଥିବା ଦେଖିବାକୁ ମିଳିଲା । ଅଟୋ ନମ୍ବର ଥିଲା DL-1-RAA-9327। ଏହି ରେଜିଷ୍ଟ୍ରେସନ ନମ୍ବର ଆଧାରରେ ଅଟୋ ମାଲିକ ପ୍ରଭୁ ମାହତୋ ଜାଣି, ତାର ମୋବାଇଲ୍ ଲୋକେସନ ଟ୍ରାକ୍ କରାଯାଇଥିଲା ।

ଅକ୍ଟୋବର ୩୦ରେ ଗିରଫ ହୋଇଥିଲା ପ୍ରଭୁ ମାହତୋ । ତାକୁ ଜୋରଦାର ଜେରା ପରେ ନଭେମ୍ବର ୨ରେ ଦ୍ୱିତୀୟ ଅଭିଯୁକ୍ତ ପ୍ରମୋଦ ଓରଫ୍ ବାବୁ ଏବଂ ୪ ତାରିଖରେ ତୃତୀୟ ଅଭିଯୁକ୍ତ ମହମ୍ମଦ ଶମଶୁଲ ଧରାପଡ଼ିଥିଲା ।

ଏହା ସହ ପଢ଼ନ୍ତୁ:Odisha Love Jihad: ଲଭ୍ ଜିହାଦ ଜାଲରେ ଓଡ଼ିଆ ଯୁବତୀ; ଅନଲାଇନ୍‌ ଗେମ୍‌ରୁ ପ୍ରେମ, ବ୍ଲାକମେଲ କରି ବନ୍ଧା ହେଲେ ଯୁବକ

Crime Against Women Rape Delhi Crime
Advertisment
Advertisment