Advertisment

ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Firing

Firing

କୋଲାକାତାର ଜାତୀୟ ସଂଗ୍ରାହଳୟରେ ଓଡ଼ିଆ ଯବାନଙ୍କ ଗୁଳି ବର୍ଷା। ପାର୍କ ଷ୍ଟ୍ରିଟ୍‌ରେ ଥିବା ଜାତୀୟ ସଂଗ୍ରାହଳୟରେ ୧୫ ରାଉଣ୍ଡ ଗୁଳି ଚଲାଇଛନ୍ତି ଓଡ଼ିଆ CISF କନେଷ୍ଟବଲ ଅକ୍ଷୟ ମିଶ୍ର। ଏଥିରେ CISF ଏଏସଆଇ ରଞ୍ଜିତ ଚୌଧୁରୀ ପ୍ରାଣ ହରାଇଛନ୍ତି। କମାଣ୍ଡେଣ୍ଟ ସୁବୀର ଘୋଷ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଘଟଣା ପରେ ଅଭିଯୁକ୍ତ ଅକ୍ଷୟ ମିଶ୍ରଙ୍କୁ ଗିରଫ କରି ପୋଲିସ୍ ପଚରାଉଚରା କରୁଛି। ଆଜି ରାତିରେ ମ୍ୟୁଜିୟମ୍ ଭିତରେ ଥିବା CISF ବ୍ୟାରାକ୍ ଭିତରେ ଅକ୍ଷୟଙ୍କ ସହ ଉପରିସ୍ଥ ଅଧିକାରୀ ସୁବୀରଙ୍କ ସହ କଥା କଟାକଟି ହୋଇଥିଲା। ମିଳିଥିବା ସୂଚନା ମୁତାବକ, କିଛି ଦିନ ପାଇଁ ଛୁଟି ମାଗିଥିଲେ ଅକ୍ଷୟ। ହେଲେ ଛୁଟି ନମିଳିବାରୁ ସେ ଆଜି ସଂଧ୍ୟାରେ କମାଣ୍ଡେଣ୍ଟ ସୁବୀରଙ୍କ ସହ ପାଟିତୁଣ୍ଡ କରିଥିଲେ।

ଉତକ୍ଷୀପ୍ତ ହୋଇ ନିଜର AK 47ରେ ଗୁଳି ବର୍ଷଣ କରିଥିଲେ। ଅଭିଯୁକ୍ତ ଯବାନଙ୍କୁ ଧରିବାକୁ ପୋଲିସକୁ ଘଣ୍ଟାଏ ଧରି ଅପରେସନ୍ କରିବାକୁ ପଡ଼ିଥିଲା।  

Advertisment

Crime Firing
Advertisment
Advertisment