Advertisment

ପୁଣୀ ଚୀନ୍‌ର ଔଦ୍ଧତ୍ୟ ! ଭାରତର ଅରୁଣାଚଳକୁ କହିଲା ଚୀନ୍‌ ଦେଶର...

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।

author-image
Satyendu Shekher Mishra
CHINA MAP

CHINA MAP

ଭାରତରେ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପୁଣି ଥରେ ଔଦ୍ଧତ୍ୟ ଦେଖାଇଛି ଚୀନ୍। ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରି ଅରୁଣାଚଳ ଓ ଅକସାଇ ଚୀନକୁ ନିଜର ବୋଲି ଦାବି କରିଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପ ଜାରି କରିଛି । ଯେଉଁଥିରେ କେବଳ ଅରୁଣାଚଳ ପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ମଧ୍ୟ ରହିଛି ।

Advertisment

ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । ଆସନ୍ତା ସପ୍ତାହରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।

ପୂର୍ବ ଲଦାଖ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପ୍ରସଙ୍ଗ ନେଇ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Advertisment

ମେ ୨୦୨୦ରେ ଗଲୱାନ୍ ଘାଟିରେ ଉତ୍ତେଜନା ପରଠୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସମ୍ପର୍କ ତିକ୍ତ ରହିଛି। ତେବେ ଏ ତିକ୍ତତା ଦୂର ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଏ ଦିଗରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଗଲୱାନ୍ ଘାଟିରେ ଦୁଇ ଦେଶରେ ସେନା ମୁହାମୁହିଁ ପରଠୁ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ୧୯ଟି ପର୍ଯ୍ୟାୟରେ ବୈଠକ ସରିଛି। ଏହାସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଆଜି ବି ସମ୍ପର୍କରେ ସୁଧାର ଆସିନଥିବା ବେଳେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ବାଧାପ୍ରାପ୍ତ ହୋଇଛି।

China Arunachal Pradesh
Advertisment
Advertisment