• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁପ୍ରିମ୍‌କୋର୍ଟରେ ଆଜି ଏକ ମହାମିଳନ ଦେଖିବାକୁ ମିଳିଛି । ୪୦ ବର୍ଷ ପରେ ମହାମିଳନ । ଦୀର୍ଘ ୪୦ ବର୍ଷ ପୂର୍ବେ ହାୱାର୍ଡ ଲ’ ସ୍କୁଲରେ ପାଠ ପଢ଼ିଥିବା ଡିଗ୍ରୀ ହାସଲ କରିଥିବା ବିଶ୍ୱର ୩ ବରିଷ୍ଠ ଅଇନ ଦିଗ୍ଗଜଙ୍କୁ ଆଜି ଏକାଠି ଦେଖିବାକୁ ମିଳିଛି । ସେମାନେ ହେଲେ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ନ୍ୟାୟାଧିଶ ହିଲେରୀ ଚାର୍ଲସୱର୍ଥ ଏବଂ ପ୍ରତିଷ୍ଠିତ ବରିଷ୍ଠ ଆଇନଜୀବୀ ପରାଗ ତ୍ରିପାଠି । ହାୱାର୍ଡ ଲ’ ସ୍କୁଲର ୧୯୮୩ ବ୍ୟାଚ୍‌ର ଏହି ୩ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ମାମଲା ଅଂଶ ଥିଲେ ।

ଏହି ପୁର୍ନମିଳନ ବେଶ ହସ ମଜା ଏବଂ ଉତ୍ସାହ ଭରା ରହିଥିଲା । ସମସ୍ତେ ଖୁବ୍‌ ଖୁସି ହୋଇଥିଲେ ଏବଂ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ନିଜ ନିଜ କ୍ୟାରିୟରରେ ଖୁବ୍‌ ପ୍ରତିଷ୍ଠିତ ଏହି ୩ ଦିଗ୍ଗଜ ଆଇନଜୀବୀ । ମୁଖ୍ୟ ନ୍ୟାୟାଧିଶ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଦାଲତ କକ୍ଷରେ ସମସ୍ତେ ଏକାଠି ହୋଇଥିଲେ ।

ମାମଲାର ଶୁଣାଣି ପାଇଁ ବେଞ୍ଚର ନେତୃତ୍ୱ ନେଉଥିବା ସିଜେଆଇ ଚନ୍ଦ୍ରଚୁଡ଼ ନିଜର ପୁରୁଣା ବନ୍ଧୁ ତଥା ସହପାଠୀ ଜଷ୍ଟିସ୍ ଚାର୍ଲସୱର୍ଥଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି । ଯିଏ କି ସ୍ଥାପନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଶୀର୍ଷ ଅଦାଲତ ଭ୍ରମଣରେ ଆସିଥିଲେ ।

ଜଷ୍ଟିସ ଚନ୍ଦ୍ରଚୁଡ଼ ବେଞ୍ଚରେ ଆଇସିଜେ ବିଚାରପତି ହେବାର ବିରଳ ସମ୍ମାନକୁ ସ୍ୱୀକାର କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଚାର୍ଲ୍ସୱର୍ଥଙ୍କ ଉପସ୍ଥିତି ନେଇ ଖୁସି ଜାହିର କରିଛନ୍ତି ।

ତେବେ ଆଇନ୍‌ ଦିଗ୍ଗଜ ମାନଙ୍କ କଥା ଏତିକିରେ ସରିନି । ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପାରାଗ ତ୍ରିପାଠୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚି ଏଥିରେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ସେ ନିଜ ଅଭିଜ୍ଞତାର ସମ୍ପୂର୍ଣ୍ଣ ଉପଯୋଗ କରି ମାମଲାରେ ଦମ୍‌ଦାର ଯୁକ୍ତି ଉପସ୍ଥାପନ କରିଥିଲେ ।

ଶ୍ରୀ ତ୍ରିପାଠୀ କୋର୍ଟ ପରିସରରେ ଜଷ୍ଟିସ୍ ଚାର୍ଲସୱର୍ଥଙ୍କ ଉପସ୍ଥିତି ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ଆଉ CJI ଚନ୍ଦ୍ରଚୂଡଙ୍କ ସହ ତାଙ୍କୁ ଗୋଟିଏ ବେଞ୍ଚରେ ଦେଖି ନିଜର ଖୁସି ଜାହିର କରିଥିଲେ।

ଶୁଣାଣି ପରେ ସମସ୍ତ ସାଙ୍ଗ ଜଷ୍ଟିସ୍ ଚାର୍ଲସୱର୍ଥଙ୍କ ସହ ସୁପ୍ରିମକୋର୍ଟ ପରିସରରେ ବୁଲା ବୁଲି କରିଥିଲେ । ପରେ ମହାତ୍ମା ଗାନ୍ଧୀ ଏବଂ ଡକ୍ଟର ବିଆର ଆମ୍ବେଦକରଙ୍କୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।