Advertisment

‘ମୋ ସିଟ୍‌ରେ ବସନ୍ତୁ, ଜାଣିବେ ଏଠି କେତେ ଚାପ’; ଶୁଣାଣି ବେଳେ ଏମିତି କହି ରାଗିଗଲେ CJI...

ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।

author-image
Sujit kumar Swain
ଅଦ୍ୟତନ ହୋଇଛି
CJI DY Chandrachud Fires On Lawyers

Chief Justice

ଶୁଣାଣି ବେଳେ ରାଗି ଗଲେ ମୁଖ୍ୟ ବିଚାରପତି । ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ମୁଁ ନିଶ୍ଚୟ ଜାଣିଛି ଏହି ସ୍ଥାନ ଛାଡ଼ି ତମେ ପଳାଇବ । ଜୀବନରେ କେବେ ବି ଏହି ସ୍ଥାନରେ ଆଉ ବସିବାକୁ ଇଚ୍ଛା କରିବନି । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । 

Advertisment

ପ୍ରକୃତରେ, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୀଘ୍ର ଶୁଣାଣି ପାଇଁ ଓକିଲ ସର୍ବୋଚ୍ଚ ନ୍ୟାୟାଳୟ ଉପରେ ଚାପ ପକାଉଥିଲେ । ମହାରାଷ୍ଟ୍ରରେ ରାଜନୈତିକ ବିବାଦ ସହ ଜଡିତ ଦୁଇଟି ପୃଥକ ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇଟି ଆବେଦନ କରାଯାଇଛି । ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଦ, ଜଷ୍ଟିସ ଜେ.ବି ପାଦ୍ରିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଏହି ବେଞ୍ଚ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ତାରିଖ ସ୍ଥିର କରୁଥିଲେ । ଏହି ସମୟରେ ଏଭଳି ଘଟଣା ଘଟିଥିଲା  । 

କୋର୍ଟରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଶିବସେନା ମାମଲାରେ ବିତର୍କ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷରେ, ଏନସିପି ବିବାଦ ମାମଲାରେ ଓକିଲ ଏନ.କେ କୈଲ ଅଜିତ ପାୱାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ । ଶରଦ ପାୱାରଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା ଆବେଦନର ଜବାବ ଦେବାକୁ ସେ କୋର୍ଟଙ୍କୁ ତିନି ସପ୍ତାହ ସମୟ ଦେବାକୁ ଅନୁରୋଧ କରିଥିଲେ । ଏହା ପରେ ଅଜିତ ପାୱାର ଗୋଷ୍ଠୀର ୪୦ ଜଣ ବିଧାୟକଙ୍କୁ ନୋଟିସର ଜବାବ ଦେବାକୁ କୋର୍ଟ ୧୦ ଦିନ ସମୟ ଦେଇଛନ୍ତି ଏବଂ ଏହା ପରେ ହିଁ ଆବେଦନ କରାଯିବ ବୋଲି କହିଥିଲେ। ଏହି ସମୟରେ, ଉଦ୍ଧବ ଠାକୁରଙ୍କ ପକ୍ଷରୁ ଜଣେ ଓକିଲ ଯଥାଶୀଘ୍ର ଏହି ମାମଲାର ଶୁଣାଣି ତାରିଖ ଘୋଷଣା କରିବାକୁ ଜିଦ୍ ଧରିଥିଲେ। ଓକିଲ ଆହୁରି ମଧ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି ତେଣୁ ଯଥାଶୀଘ୍ର ମାମଲାର ଶୁଣାଣି ହେବା ଉଚିତ। 

Advertisment

ଗତକାଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ ମିଳିଥିଲା । ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରେ ମାରିଦେବାକୁ ମିଳିଥିଲା ହତ୍ୟା ଧମକ । ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଥିଲେ । ଏହାପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।

Chief Justice Of India Chief Justice
Advertisment
Advertisment