Naxal Free Bastar
୪୦ ବର୍ଷ ପରେ ନକ୍ସଲ ମୁକ୍ତ ହେଲା ବସ୍ତର । ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ଛତିଶଗଡ଼ର ବସ୍ତର ବାଦ୍ ପଡିଛି । ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକା ଅର୍ଥାତ୍ ରେଡ୍ ଲିଷ୍ଟରୁ ବାଦ ଦେଇଛି ଗୃହ ମନ୍ତ୍ରାଳୟ । ଗୃହ ମନ୍ତ୍ରାଳୟ ସଦ୍ୟ ଜାରି କରିଥିବା ତାଲିକା ଅନୁସାରେ, ଏବେ ଦେଶରେ କେବଳ ୧୮ଟି ଜିଲ୍ଲାରେ ମାଓ ଗତିବିଧି ରହିଛି । ତାଲିକାରେ ରହିଛି ଛତିଶଗଡ଼ର ୬ଟି ଜିଲ୍ଲା । ତେବେ ବଡ଼କଥା ହେଲା ମାଓଗଡ଼ ଭାବେ ପରିଚିତ ବସ୍ତର ଓ କୋଣ୍ଡାଗାଁ ଏହି ତାଲିକାରୁ ବାଦ ପଡ଼ିଛି ।
ଆଦିବାସୀ ବହୁଳ ଅଞ୍ଚଳ ବସ୍ତର ୮୦ ଦଶକରୁ ମାଓଗଡ଼ ଭାବେ ପରିଚିତ ଥିଲା । ପୂରା ଅଞ୍ଚଳକୁ ଘେରି ରହିଥିଲେ ମାଓବାଦୀ । ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ବତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ । ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନରେ ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା ମାଓଗଡ଼ । ଗୋଟିଏ ପରେ ଗୋଟିଏ ଏନକାଉଣ୍ଟରରେ ସଫା ହୋଇଥିଲେ ମାଓବାଦୀ । ଗତ ସପ୍ତାହରେ ଅବୁଝମାଡ୍ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଯାଇଥିଲେ ୨୭ ମାଓବାଦୀ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ତଥା ସେଣ୍ଟ୍ରାଲ କମିଟିର ମୁଖ୍ୟ ବାସବରାଜର ବି ମୃତ୍ୟୁ ହୋଇଥିଲା ।
ଅଧିକ ପଢନ୍ତୁ : ନକ୍ସଲ ସଂଗଠନ ମେରୁଦଣ୍ଡରେ ଶକ୍ତପ୍ରହାର, ମାଓ ନେତା ବାସବରାଜୁ ସମେତ ୨୭ ନକ୍ସଲ ନିପାତ
ସୂଚନା ଅନୁସାରେ, ଗତ ୧୦ ବର୍ଷରେ ୮ହଜାରରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଫଳରେ ପ୍ରାୟ ଚାରି ଦଶନ୍ଧି ପରେ, କେନ୍ଦ୍ର ସରକାର ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ତାଲିକାରୁ ବାଦ ଦେଇଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ମାଓ ସମସ୍ୟାର ମୂଳୋତ୍ପାଟନ ପାଇଁ ଟାର୍ଗେଟ ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ହେଲେ ଧାର୍ଯ୍ୟ ସମୟ ପୂର୍ବରୁ ହିଁ ମାଓମୁକ୍ତ ଲକ୍ଷ୍ୟ ପୂରଣ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748501662.jpg)