Advertisment

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣାମ କଲେ ରାହୁଲର ମାଆ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'

author-image
Chandan Shishu
ଅଦ୍ୟତନ ହୋଇଛି
CM meets Rahul

CM meets Rahul

ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲକୁ ଭେଟିବାକୁ ଆସିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ରାହୁଲ ଏବେ ବିଲାସପୁରର ଏକ ଘରୋଇ  ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବାକୁ ହସ୍ପିଟାଲକୁ ଆସିଛନ୍ତି ଭୂପେଶ ବଘେଲ। ସେପଟେ ଡାକ୍ତର କହିଛନ୍ତି, ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସିଯିବ।

Advertisment

ସେପଠେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜର କୋହ ସମ୍ଭାଳି ପାରିନଥିଲେ ରାହୁଲଙ୍କ ମା'। ହାତ ଯୋଡିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ରାହୁଲର ମାଆଙ୍କୁ ଆଶୀର୍ବାଦ ଦେଇଥିଲେ।  

Advertisment

ରାହୁଲକୁ ମେଡିକାଲରେ ଭେଟିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ୧୦୪ ଘଣ୍ଟା ପରେ ଉଦ୍ଧାର ରାହୁଲ ସୁସ୍ଥ ଥିବା ଆଶ୍ୱସ୍ତିର ବିଷୟ ବୋଲି କହିଛନ୍ତି। ଆଜି ରାହୁଲକୁ ମେଡିକାଲରେ ଭେଟିଲି, ସେ ଡରିନଥିବା କହିଲା। ତା ମନରେ କୌଣସି ଭୟ ନଥିବାରୁ ସେ ୧୦୪ ଘଣ୍ଟା ରହିପାରିଲା। ଆଉ ଯେମିତି ଭବିଷ୍ୟତରେ ରାହୁଲ ଘଟଣା ନଘଟିବ, ଯତ୍ନବାନ ହେବା। ପାଣି ଯଦି ନବାହାରୁଛି ତେବେ ଗାତ ପୋତିଦିଅନ୍ତୁ, କିଛି ଖୋଲା ଛାଡ଼ନ୍ତୁନି। ରାହୁଲର ସମସ୍ତ ଚିକିତ୍ସା ଓ ପାଠ ପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। 

ବୋରେଓ୍ୱଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତାର ସ୍କିନ ଆନାଲିସିସ ଶେଷ ହୋଇଛି। ଦୀର୍ଘ ସମୟ ଧରି ପାଣିରେ ରହିଥିଲେ ବି ରାହୁଲର ଚର୍ମ ସ୍ଥିତି ଭଲ ରହିଛି। ଚର୍ମ ରୋଗ ଭଳି କୌଣସି ଆଶଙ୍କା ନଥିବା କହିଛନ୍ତି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ।

ତେବେ ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି। ଏବେ ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ରାହୁଲକୁ ଜ୍ୱର ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି। ରାହୁଲର ସ୍ବାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି ବୋଲି ସେ କହିଛନ୍ତି।

Rahul Sahu Operation Rahul CM Chhattishgarh
Advertisment
Advertisment