Advertisment

ନଭେମ୍ବର ସୁଦ୍ଧା ଭାରତ ଫେରିବ ଶିବାଜୀଙ୍କ ଐତିହାସିକ ‘ବାଘ ନଖ’

ଛତ୍ରପତି ଶିବାଜୀ ମହାରାଜ ଏହି ବାଘ ନଖ ଅସ୍ତ୍ରରେ ୧୬୫୯ ମସିହାରେ ବିଜାପୁର ସଲତନତର ସେନାପତି ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chhatrapati Shivaji Maharaj

Chhatrapati Shivaji Maharaj

ଭାରତ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘ ନଖ’ । ଏନେଇ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତର ସମୃଦ୍ଧ ଇତିହାସ ଓ ବିରାସତ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଥିବା ପ୍ରତିବଦ୍ଧତା ଏଥିରୁ ସ୍ପଷ୍ଟ ହେଉଛି । ଗତ ୯ ବର୍ଷ ମଧ୍ୟରେ ଭାରତର ୮୦ ପ୍ରତିଶତ ଐତିହାସିକ ବସ୍ତୁ ଭାରତ ଫେରିପାରିଛି । ଏହା କେବଳ ମୋଦିଙ୍କ ଇଚ୍ଛା ଶକ୍ତି ଓ ଭାରତର ସମୃଦ୍ଧ ଇତିହାସ ପ୍ରତି ରହିଥିବା ପ୍ରତିବଦ୍ଧତା ଯୋଗୁଁ ହିଁ ସଫଳ ହୋଇଛି । ଏଥିପାଇଁ ସେ ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । 

Advertisment

ତେବେ ବ୍ରିଟିଶ୍ ଅଧିକାରୀମାନେ ଶିବାଜୀ ମହାରାଜଙ୍କ 'ବାଘ ନଖ' ଫେରାଇବାକୁ ରାଜି ହୋଇଛନ୍ତି । ତେଣୁ ଏହି ବାଘ ନଖ ଖୁବ୍‌ ଶୀଘ୍ର ଭାରତ ଫେରିବ ‌ବୋଲି କୁହାଯାଉଛି । ବାସ୍ତବରେ ଏହି ବାଘ ନଖ ହେଉଛି ଏକ ହତିଆର ବା ଅସ୍ତ୍ର । ଏହା ଦେଖିବାକୁ ବାଘ ନଖ ଭଳି କିନ୍ତୁ ଏହା ଲୁହାରେ ତିଆରି । ଛତ୍ରପତି ଶିବାଜୀ ମହାରାଜ ଏହି ବାଘ ନଖ ଅସ୍ତ୍ରରେ ୧୬୫୯ ମସିହାରେ ବିଜାପୁର ସଲତନତର ସେନାପତି ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ।

Advertisment


MoU ହେବ

ଏହି ବାଘ ନଖକୁ ଭାରତ ଫେରାଇ ଆଣିବା ପାଇଁ ତଥା ସରକାରୀ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁନ୍‌ଙ୍ଗିଟିୱାର ଅକ୍ଟୋବରରେ ଲଣ୍ଡନ ଗସ୍ତ କରିବେ । ସେଠାରେ ସେ ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟ ସହିତ ଏକ ବୁଝାଣାପତ୍ର ସ୍ୱାକ୍ଷର କରିବେ । ଏହି ସଂଗ୍ରହାଳୟରେ ଶିବାଜୀଙ୍କ ବାଘ ନଖକୁ ରଖାଯାଇଛି । ଯଦି ଯୋଜନା ଅନୁଯାୟୀ ସବୁ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତେବେ ବର୍ଷ ଶେଷ ସୁଦ୍ଧା ବାଘ ନଖ ଭାରତ ଫେରିଆସିବ ।

୧ ଅକ୍ଟୋବରରେ ଲଣ୍ଡନ ଯିବେ ମନ୍ତ୍ରୀ

ବାଘ ନଖ ଫେରାଇ ଆଣିବା କଥା ନେଇ ମନ୍ତ୍ରୀ ମୁନ୍‌ଙ୍ଗିଟିୱାର କହିଛନ୍ତି ଯେ ଆମେ ଅକ୍ଟୋବର ୧ରେ ଲଣ୍ଡନ ଯିବୁ । ସେଠାରେ ଅକ୍ଟୋବର ୩ରେ  ଏକ ଏମଓୟୁ ସ୍ୱାକ୍ଷର କରିବୁ ଏବଂ ନଭେମ୍ବରରେ ବାଘ ନଖ ଭାରତ ଫେରିବ । ସେ କହିଛନ୍ତି, ବାଘ ନଖ ଫେରାଇ ଆଣିବା ପାଇଁ କିଛି ନିୟମ କାନୁନ ତଥା ସର୍ତ୍ତ ରହିଛି ତେଣୁ ଏହି MoU ସ୍ୱାକ୍ଷର କରାଯାଉଛି ।

Chhatrapati Shivaji Maharaj
Advertisment
Advertisment