Advertisment

୫ କୁଇଣ୍ଟାଲର ମିକ୍ସ ଭେଜ୍ ତରକାରି, ଯେତେ ଖାଇଲେ ବି ସରିବନି !

ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ।

author-image
Chandan Shishu
Chef Vishnu Manohar cook 5000 kg mix veg

Chef Vishnu Manohar cook 5000 kg mix veg

ହଜାରେ କି ଦୁଇ ହଜାର ନୁହେଁ ୫ ହଜାର କେଜିର ମିକ୍ସ ଭେଜ୍ ତରକାରି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସତ। ନାଗପୁରର ଏକ ଘରୋଇ ସ୍କୁଲରେ ୫ କୁଇଣ୍ଟାଲର ମିକ୍ସ ଭେଜ୍ ତରକାରି ପ୍ରସ୍ତୁତ କରାହୋଇଛି। ଏହି ତରକାରି କରିଥିବା ସେଫ୍ ବିଷ୍ଣୁ ମନୋହର। ଏହାର ନାଁ ଦେଇଛନ୍ତି ସମ୍ରସତ୍ ଭାଜି ବା ହାରମୋନି ଭେଜିଟେବଲ୍ କରି।

Advertisment

ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ। ତରକାରି ପ୍ରସ୍ତୁତ ପାଇଁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରୁ ବିଭିନ୍ନ ପନିପରିବା ଆଣିଥିଲେ। ଏହାପରେ ସେଫ୍ ବିଷ୍ଣୁ ମନୋହରଙ୍କ ସହିତ ଲାଗି ପଡିଥିଲେ ୫ହଜାର କେଜିର ତରକାରି ପ୍ରସ୍ତୁତ କରିବାରେ।

ଏହି ତରକାରିରେ, କୋବି, ଗାଜର, ମଟର, ପନିର, ପିଆଜ, ଆଳୁ, ରସୁଣ, ମେଥି ସମେତ ଅନେକ ପରିବା ପଡିଥିବାରୁ ଏହାକୁ ସମ୍ରସତ୍ ନାଁ ଦେଇଛନ୍ତି ସେଫ୍ ବିଷ୍ଣୁ ମନୋହର।  ଇଣ୍ଡିଆ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡ, ଲିମକା ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡ, ଏସିଆ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡ ପାଇଁ ଏହି ତରକାରିକୁ ରେଜିଷ୍ଟର କରାହୋଇଛି। ତେବେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବେଶ୍ ଖୁସି ଥିବା କହିଛନ୍ତି।  

Advertisment
Advertisment
Advertisment