• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆସନ୍ତାକାଲି ଚନ୍ଦ୍ରୟାନ ଥ୍ରୀ ପାଇଁ ଆଉ ଏକ ବଡ଼ ପରୀକ୍ଷାର ଦିନ। ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚନ୍ଦ୍ରର କକ୍ଷପଥରେ ସ୍ପେଶ୍ କ୍ରାଫ୍ଟକୁ ପ୍ରବେଶ କରାଇବ ଇସ୍ରୋ। ପୃଥିବୀ ନିକଟରୁ ବିଦାୟ ନେଇଥିବା ଚନ୍ଦ୍ରୟାନ-୩ କ୍ରମେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଚନ୍ଦ୍ରୟାନ ୩ ଆଜି ସୁଦ୍ଧା ଚନ୍ଦ୍ରଠୁ ମୋଟ ଦୂରତାର ୩ ଭାଗରୁ ଦୁଇ ଭାଗ ଅତିକ୍ରମ କରି ସାରିଛି। ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶର ସତୀଶ ଧାବନ ଉତକ୍ଷେପଣ କେନ୍ଦ୍ରରୁ ଚନ୍ଦ୍ରୟାନ ୩କୁ ସଫଳ ଉତକ୍ଷେପଣ କରାଯାଇଥିଲା।

ତା ପରେ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-TLI ଗତ ୧ ତାରିଖରେ ସଫଳ ହୋଇଥିଲା। ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଏବେ ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଛି ଚନ୍ଦ୍ରୟାନ-୩ । ଆସନ୍ତାକାଲି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।

ତେବେ ଯାଇ ଚନ୍ଦ୍ରୟାନ-୩ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟାଣି ହୋଇ, ଏହାର କକ୍ଷପଥରେ ପ୍ରବେଶ କରିବାରେ ସଫଳ ହେବ । ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ।