• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପାଖେଇ ଆସୁଛି ନିର୍ବାଚନ । ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏଭଳି କ୍ଷେତ୍ରରେ ନେତା ମଧ୍ୟ ଅଜବ ପ୍ରତିଶ୍ରୁତି ଦେଉଛନ୍ତି । କ୍ଷମତାକୁ ଆସିଲେ ମିଳିବ କମ୍‌ ଟଙ୍କାରେ ଭଲ ମଦ । ସରକାର ଗଠନ ହେବାର ୪୦ ଦିନ ପରେ ଯୋଗାଇ ଦିଆଯିବ କମ୍‌ ଦାମ୍‌ରେ ଭଲ ମଦ । ଏଭଳି ଘୋଷଣା କରିଛନ୍ତି ତେଲୁଗୁ ଦେଶମ୍‌ ପାର୍ଟି ନେତା ଏନ୍‌. ଚନ୍ଦ୍ରବାବୁ ନାଇଡୁ । ଯାହା ଆନ୍ଧ୍ର ପ୍ରଦେଶ ରାଜନୀତିକୁ ସରଗରମ କରିଛି ।

ଅନ୍ୟପଟେ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରି ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ବିରୋଧରେ ମଦ ଦର ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି । ଏହାସହ ମଦର ଗୁଣାତ୍ମକ ମାନରେ ହ୍ରାସ ଘଟିଥିବା କହିଛନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ତାଙ୍କର କହିବା କଥା, ମଦର ବର୍ଦ୍ଧିତ ମୂଲ୍ୟରୁ ବଡ଼ ଧରଣର ଲାଭ ହେବା ସତ୍ତ୍ବେ ରାଜ୍ୟ ସରକାର ଖରାପ ମଦ ଯୋଗାଉଛନ୍ତି । ରାଜ୍ୟ ସରକାର  ଶସ୍ତା ଖରାପ ମଦ ଯୋଗାଇ ଆମ ଲୋକଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ୨୦୨୨-୨୩ ମସିହାରେ ଏକ୍ସାଇଜ୍ ଡ୍ୟୁଟି ରାଜସ୍ୱ ମାଧ୍ୟମରେ ପ୍ରାୟ ୨୪,୦୦୦ କୋଟି ଟଙ୍କା ରାଜସ୍ବ ଆୟ କରିଛନ୍ତି, ଯାହା ୨୦୧୯-୨୦ ରେ ୧୭,୦୦୦ କୋଟିରୁ ବହୁ ଅଧିକ। ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସଆରସିପି ୨୦୧୯ ରେ କ୍ଷମତାକୁ ଆସିଥିଲେ ।

ଆନ୍ଧ୍ରପ୍ରଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ଦଳଗୁଡ଼ିକ ଜୋର୍‌ଦାର ପ୍ରଚାର କରୁଛନ୍ତି । ଭୋଟରଙ୍କୁ ଆକର୍ଷିତ କଲାଭଳି ନାନା ଘୋଷଣା ମଧ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ଚନ୍ଦ୍ରବାବୁ ନାଇଡୁଙ୍କ ମଦ ଘୋଷଣା ଚର୍ଚ୍ଚାର ବିଷୟ ପାଲଟିଛି ।