Advertisment

ଜଳୁଛି ଆନ୍ଧ୍ରପ୍ରଦେଶ ! କେଉଁଠି ପୋଡ଼ାଜଳା ତ ଆଉ କେଉଁଠି ଭଙ୍ଗାରୁଜା...

ଚିତ୍ତୁର, ୱେଷ୍ଟ ଗୋଦାବରୀ, ଅମରାବତୀ ଏବଂ ତିରୁପତି ଆଦି ସହରମାନଙ୍କରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା।

author-image
Satyendu Shekher Mishra
Andhra Pradesh

Andhra Pradesh

କେଉଁଠି ପୋଡ଼ାଜଳା ତ ଆଉ କେଉଁଠି ଭଙ୍ଗାରୁଜା । କେଉଠି ରାସ୍ତା ରୋକ ତ ପୁଣି କେଉଁଠି ପୋଲିସ ସହ ଧସ୍ତାଧସ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗିରଫ ନେଇ ଆନ୍ଧ୍ର ପ୍ରଦେଶରେ ତାତି । ଦଳ ସୁପ୍ରିମୋଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଥିଲା ତେଲେଗୁ ଦେଶମ ପାର୍ଟିା । ରାଜ୍ୟବ୍ୟାପି ବନ୍ଦ ଡାକରାରେ ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ବିଭିନ୍ନ ସହରମାନଙ୍କରେ ଦଳୀୟ ନେତା ଓ କର୍ମୀ ବନ୍ଦ ପାଳନ ବେଳେ ପିକେଟିଂ କରିବାକୁ ଚେଷ୍ଟା କରିଥିଲେ। ତେଣୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ଚିତ୍ତୁର, ୱେଷ୍ଟ ଗୋଦାବରୀ, ଅମରାବତୀ ଏବଂ ତିରୁପତି ଆଦି ସହରମାନଙ୍କରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଦୁର୍ନୀତି ମାମଲାରେ ଗିରଫ ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ (ACB)ର ଏକ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି। ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଥିଲେ ନାଇଡୁ। ୩୭୧ କୋଟି ଟଙ୍କାର ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ଘଟଣାରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଶନିବାର ଗିରଫ କରିଥିଲା ।

ନଜର ପକାଇବା କଣ ରହିଛି ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଅଭିଯୋଗ । ୨୦୧୫ରେ ଏକ ବହୁ ରାଷ୍ଟ୍ରୀୟ କଂପାନୀ ସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦକ୍ଷତା ବିକାଶ ନିଗମ ୩ହଜାର ୩ଶହ କୋଟି ଟଙ୍କାର ଏକ ଚୁକ୍ତି କରିଥିଲା । ଏଥିରେ ୧୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ଥିବା ବେଳେ ୯୦ ପ୍ରତିଶତ ଉକ୍ତ କଂପାନୀ ତୁଲାଇବ ବୋଲି ଚୁକ୍ତି ହୋଇଥିଲା ।

Advertisment

ହେଲେ ସେହି କଂପାନୀ କୌଣସି ଅର୍ଥ ବ୍ୟୟ ନକରି କେବଳ ସରକାରୀ ପାଣ୍ଠିରୁ ସବୁ ଖର୍ଚ୍ଚ କରିଥିବା ଅଭିଯୋଗ ହୋଥିଲା। ସିଆଇଡି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଏହି ଅର୍ଥର କିଛି ଅଂଶ ଭୂତ କଂପାନୀକୁ ପଠାଯାଇଥିଲା । ଏହି ଅର୍ଥରୁ ତେଲୁଗୁ ଦେଶମ୍ ପାର୍ଟି, ଚନ୍ଦ୍ରବାବୁ ନାଇଡ଼ୁ ଓ ତତ୍କାଳୀନ ଦକ୍ଷତା ବିକାଶ ମନ୍ତ୍ରୀ କେ.ଅଚ୍ଚେନାଇଡ଼ୁ ଉପକୃତ ହୋଇଥିଲେ ବୋଲି ଅଭିଯୋଗ ହୋଇଛି ।

Andhra Pradesh
Advertisment
Advertisment