• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ଆନ୍ଦୋଳନରେ ବାହାରିଲାନି ସମାଧାନର ବାଟ । ଆଜି ଦିଲ୍ଲୀରେ ଗର୍ଜିବେ ବିଭିନ୍ନ ଚାଷୀ ସଂଗଠନ । ଦିନ ୧୦ଟା ବେଳେ ଆନ୍ଦୋଳନ ଥିବା ବେଳେ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ । MSP ଏବଂ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ।

ତେବେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି । ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି ।

ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିବ । କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରରେ ରଖିବାକୁ ପୋଲିସ କରିଛି ବ୍ୟାପକ ବ୍ୟବସ୍ଥା । ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରି ଜାରି କରି ସୁରକ୍ଷା କଡ଼ାକଡ଼ି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଠାରୁ MSP ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ । ଏହାକୁ ନେଇ ବହୁ ପୂର୍ବରୁ ଆନ୍ଦୋଳନ କରିଆସୁଛି ଚାଷୀ ସଂଗଠନ । ହେଲେ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।