/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664455523.jpg)
Nitin gadkari
କାର୍ ମାଲିକ ଓ ନିର୍ମାତାଙ୍କୁ ସାମାନ୍ୟ ଆଶ୍ୱସ୍ଥି । ଗାଡ଼ିରେ ୬ଟି ଏୟାର ବ୍ୟାଗ ବାଧ୍ୟତାମୂଳକ ନିୟମ ଲାଗୁ ୨୦୨୩ ଅକ୍ଟୋବର ପହିଲା ଯାଏ ଘୁଞ୍ଚିଲା । ଉତ୍ପାଦନ ସମସ୍ୟା ଯୋଗୁଁ ଏହାକୁ ବର୍ଷେ ଯାଏ ଘୁଞ୍ଚାଇ ଦିଆଯାଇଛି ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରି ଘୋଷଣା କରିଛନ୍ତି । ଏଣୁ ଆସନ୍ତା ଅକ୍ଟୋବର ପହିଲା ପରିବର୍ତ୍ତେ ୨୦୨୩ ଅକ୍ଟୋବର ପହିଲାରୁ ଲାଗୁ ହେବ ୬ଟି ଏୟାରବ୍ୟାଗ ନିୟମ ।
ସବୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ଲାଗି ଗତ ଜାନୁଆରୀ ୧୪ରେ ପରିବହନ ମନ୍ତ୍ରାଳୟ ପକ୍ଷରୁ ଚିଠା ପ୍ରସ୍ତାବ ଜାରି କରାଯାଇଥିଲା । ଏହି ପ୍ରସ୍ତାବ ଅନୁସାରେ ୨୦୨୨ ଅକ୍ଟୋବର ପହିଲାରୁ ନିର୍ମାଣ ହେବାକୁ ଥିବା ସମସ୍ତ ଏମ୍ ଓ୍ୱାନ୍ କାଟେଗୋରୀ ଗାଡ଼ିରେ ୬ଟି ଏୟାରବ୍ୟାଗ ରଖିବା ଲାଗି ବାଧ୍ୟତାମୂଳକ କରାଯାଇଥିଲା । ହେଲେ ବିଶ୍ୱ ବଜାରରେ ଏନେଇ ଉତ୍ପାଦନ କମ୍ ଥିବାରୁ ବର୍ତ୍ତମାନ ପାଇଁ ଏ ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଗଡ଼କରି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
Safety of all passengers travelling in motor vehicles irrespective of their cost and variants is the foremost priority.
— Nitin Gadkari (@nitin_gadkari) September 29, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)