/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705768155.jpg)
Centre to fence Myanmar border
ଭାରତ-ମିଆଁମାର ମଧ୍ୟରେ ଅବାଧ ଚଳାଚଳ ଉପରେ ଲାଗିବ ରୋକ୍ । ମିଆଁମାରା ସୀମାରେ ଲାଗିବ ତାର ବାଡ଼। ଭାରତ ସୀମାକୁ ମିଆଁମାର ସୈନ୍ୟଙ୍କ ଅନୁପ୍ରବେଶ ଅଭିଯୋଗ ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଆସାମରେ ପାସିଂ ଆଉଟ୍ ପରେଡରେ ସାମିଲ ହୋଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି। ଇଣ୍ଡୋ-ବାଂଲାଦେଶ ସୀମା ସୁରକ୍ଷା ପାଇଁ ଯେଭଳି ତାର ବାଡ଼ ଲାଗିଛି, ସେହି ଢାଞ୍ଚାରେ ମିଆଁମାର ସୀମାରେ ତାର ବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି ଅମିତ ଶାହ।
୩ ଦିନିଆ ମେଘାଳୟ ଏବଂ ଆସାମ ଗସ୍ତରେ ଥିବା ଗୃହମନ୍ତ୍ରୀ ଆହୁରି ବି କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ୪ଟି ରାଜ୍ୟ ଯଥା ମିଜୋରାମ୍, ନାଗାଲାଣ୍ଡ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶ ଯାଏଁ ଭାରତ-ମିଆଁମାରର ୧୬୪୩ କିଲୋମିଟରର ସୀମା ରହିଛି। ତେବେ ସୀମାବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ୧୬ କିଲୋମିଟର ସୀମା ଯାଏଁ ବିନା ଭିସାରେ ଯାତାୟାତ କରିପାରୁଛନ୍ତି। ଏଥର କିନ୍ତୁ ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି। ଗତ ସେପ୍ଟେମ୍ବରରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂହ ଅବୈଧ ପ୍ରବେଶକୁ ରୋକିବ ପାଇଁ ଇଣ୍ଡୋ-ମିଆଁମାର ସମେତ ଅନ୍ୟ ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)