Advertisment

ଆସିଲା ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌: ଏହି ୬ ହାଇରିସ୍କ ଦେଶରୁ ଭାରତ ଆସିଲେ ଟେଷ୍ଟିଂ ବାଧ୍ୟତାମୂଳକ

ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍‌ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid Guidelines For Air Passengers

Centre Revises Guidelines For Air Passengers From Identified High Risk Countries

ଦେଶରେ କୋଭିଡ୍‌ ମୁକାବିଲା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍‌ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଭାରତ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।

Advertisment

ଏହି ସବୁ ଦେଶ ଗୁଡ଼ିକ ହେଲା- ଚୀନ, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନ। ଏସବୁ ଦେଶରୁ ଭାରତ ଆସିବାର ୭୨ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଭାରତର ଯେକୌଣସି ଏୟାରପୋର୍ଟରେ ପହଞ୍ଚିଲେ ରିପୋର୍ଟ ଜରୁରୀ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ବାରମ୍ବାର ଭ୍ୟାକ୍ସିନ୍‌ ନେଲେ ଗ୍ରହଣ କରିବନି ଶରୀର, କାମ କରିବା ବନ୍ଦ କରିଦେବ..

Advertisment

ସେପଟେ କରୋନାର ନୂଆ ଭାରିଆଣ୍ଟ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ମେଡିକାଲ୍‌ରେ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ କିଛିଦିନ ପୂର୍ବେ ଚିଠି ଲେଖିଥିଲେ। ଭବିଷ୍ୟତରେ କିଛି ଚ୍ୟାଲେଞ୍ଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ଏହାସହ ପ୍ରିକସନ୍ ଡୋଜ୍ ଟିକାଦାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। 

COVID19 Coronavirus
Advertisment
Advertisment