• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ିଲା ଧାନ ମୂଲ୍ୟ । କ୍ୱିଣ୍ଟାଲ ପିଛା ବଢ଼ିଲା ଧାନ ଦର । ଖରିଫ ଋତୁ ପାଇଁ ୧୭ଟି ଫସଲର MSP ବଢ଼ାଇଲେ କେନ୍ଦ୍ର ସରକାର । MSP ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ହୋଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ୧୭ଟି ଫସଲ ମଧ୍ୟରୁ ଧାନ ଦର କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ତେବେ ୧୦୦ ଟଙ୍କା ବୃଦ୍ଧି ହେବା ପରେ ଧାନ କୁଇଣ୍ଟାଲ ପିଛା ଏବେ ୨୦୪୦ ଟଙ୍କାରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଧାନର MSP ବୃଦ୍ଧି ପାଇଁ ଚାଷୀମାନେ ଆନ୍ଦୋଳନ କରି ଆସୁଥିଲେ । ଏବେ ସରକାର କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରିଛନ୍ତି ।

ଆଜି ଆର୍ଥିକ ବ୍ୟାପାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ୨୦୨୨-୨୩ ଶସ୍ୟ ବର୍ଷ ପାଇଁ ଖରିଫ ଅମଳ ବାବଦକୁ ଏମଏସପି ବୃଦ୍ଧି ଲାଗି ମଞ୍ଜୁର ହୋଇଥିଲା । ଆଜିର କ୍ୟାବିନେଟ ବୈଠକରେ ୧୪ଟି ଶସ୍ୟର ଏମଏସପି ବୃଦ୍ଧି ପାଇଁ ମଞ୍ଜୁର ହୋଇଥିଲା । ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ସାଧାରଣ ମାନର ବିଭିନ୍ନ ପ୍ରକାର ଶସ୍ୟର କୁଇଣ୍ଟାଲ ପିଛା ୨,୦୪୦ ବୃଦ୍ଧି କରାଯାଇଛି । ଯାହା ଗତ ବର୍ଷ ୧୯୪୦ ଟଙ୍କା ଥିଲା ।

ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ରୁ ୨୦୬୦କୁ ବୃଦ୍ଧି କରାଯାଇଛି । ଖରାଦିନିଆ ଅମଳ ହେଉଥିବା ଶସ୍ୟ ହେଉଛି ଜୀବନଧାରଣର  ପ୍ରମୁଖ ଶସ୍ୟ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସରେ ସ୍ୱାଭାବିକ୍‌ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜିର ବୈଠକରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୋଦି ସରକାରଙ୍କ  ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା ।