Advertisment

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ

୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି ।

author-image
Santosh Kumar Sahoo
PMGKAY

PMGKAY

୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି । ଏହା ବ୍ୟତୀତ ସୀମାବର୍ତ୍ତି ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ ଉପରେ କ୍ୟାବିନେଟ୍ ମଧ୍ୟ ଗୁରୁତ୍ୱାରୋପ କରିଛି ।

Advertisment

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ୧୭,୦୮୨ କୋଟି ହେବ, ଯାହା କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପୁଷ୍ଟିକର ସୁରକ୍ଷା ବୃଦ୍ଧି କରିବା ।

ସେହିଭଳି କ୍ୟାବିନେଟ୍‌ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଜୋର ଦିଆଯାଇଛି । ଦେଶର ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ ଏବଂ ରାଜସ୍ଥାନ ଅଞ୍ଚଳରେ ୪,୪୦୬ କୋଟି ଟଙ୍କାର ନିବେଶ କରି ୨,୨୮୦ କିମି ରାସ୍ତା ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଜୀବନ ଜୀବିକାକୁ ଉତ୍ତମ କରିବା ଏବଂ ଏଠାରେ ଲୋକଙ୍କ ଯାତାୟତକୁ ସହଜ କରିବା । ଏସବୁ ଅଞ୍ଚଳକୁ ଜାତୀୟ ରାଜପଥ ସହ ଯୋଡ଼ିବାକୁ ମଧ୍ୟ ଲକ୍ଷ୍ୟ ରହିଛି ।

Advertisment

PDS Ration Narendra Modi
Advertisment
Advertisment