• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି ।ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଅଶୋକ ସ୍ୱାଇଁଙ୍କ କାର୍ଯ୍ୟକଳାପ ଦେଶର ସାର୍ବଭୌମତ୍ୱ, ଏକତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଜଣାଇ ଦିଆଯାଇଛି ।

ଅଶୋକ ସ୍ୱାଇଁଙ୍କ କାର୍ଯ୍ୟକଳାପ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଏଜେନ୍ସି ଓ ବୈଦେଶିକ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଥିଲା । ଏଥିରେ ଅଶୋକ ସ୍ୱାଇଁ ଉତ୍ତେଜକ ଭାଷଣ ସହ ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣାପଡିଥିଲା । ସେ ଜାଣିଶୁଣି ଦେଶର ଛବିକୁ ଆନ୍ତର୍ଜାତିକ କ୍ଷେତ୍ରରେ ମଳିନ କରୁଥିବା ରିପୋର୍ଟ ମିଳିଥିଲା ।

୨୦୨୩ ଜୁଲାଇ ୩୦ରେ ସ୍ୱିଡେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରଦ୍ଦ କରାଯାଇଥିଲା । ଏହାକୁ ଚ୍ୟାଲେଂଜ କରି ଅଶୋକ ସ୍ୱାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।