Advertisment

8th Pay Commission: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପ୍ରାୟ ୩ ଗୁଣ ବଢ଼ିପାରେ ଦରମା ଓ ପେନ୍‌ସନ୍‌ !

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଦରମାରେ ହୋଇପାରେ ବମ୍ପର୍ ବୃଦ୍ଧି ! ପ୍ରାୟ ୩ ଗୁଣ ବଢ଼ିପାରେ ଦରମା ଓ ପେନସନ୍ ! ଅଷ୍ଟମ ବେତନ କମିଶନଙ୍କୁ କ୍ୟାବିନେଟ୍ ମଞ୍ଜୁରୀ ।

undefined

୩ ଗୁଣା ବଢ଼ିବ ବେତନ !

Advertisment

ଆସନ୍ତାବର୍ଷ ପ୍ରାୟ ୩ ଗୁଣ ବଢ଼ିପାରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଦରମା । ୨୦୨୫ ବଜେଟ୍ ପୂର୍ବରୁ ସେମାନଙ୍କୁ ବଡ଼ ଖୁସି ଖବର ଦେଇଛି ମୋଦି ସରକାର। ଦୀର୍ଘଦିନର ଦାବି ପୂରଣ କରି, ଅଷ୍ଟମ ପେ’ କମିଶନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ। ଖୁବ୍ ଶୀଘ୍ର ଗଠନ ହେବ ଅଷ୍ଟମ ବେତନ କମିଶନ। କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନ୍ ନିର୍ଦ୍ଧାରଣ କରାଯିବ।

Advertisment

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଦରମାରେ ହୋଇପାରେ ବମ୍ପର୍ ବୃଦ୍ଧି ! ପ୍ରାୟ ୩ ଗୁଣ ବଢ଼ିପାରେ ଦରମା ଓ ପେନସନ୍ ! ଅଷ୍ଟମ ବେତନ କମିଶନଙ୍କୁ କ୍ୟାବିନେଟ୍ ମଞ୍ଜୁରୀ । ଚଳିତବର୍ଷ ଡିସେମ୍ବର ୩୧ରେ ସରୁଛି ସପ୍ତମ ବେତନ କମିଶନଙ୍କ ୧୦ ବର୍ଷିଆ କାର୍ଯ୍ୟକାଳ। ଏହାର ଯଥେଷ୍ଟ ପୂର୍ବରୁ ଅଷ୍ଟମ ସେଣ୍ଟ୍ରାଲ୍ ପେ’ କମିଶନ ଗଠନ ପାଇଁ ମିଳିଛି ଗ୍ରୀନ୍ ସିଗ୍ନାଲ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଅଧିକ ପଢ଼ନ୍ତୁ: ଆସନ୍ତୁ ଜାଣିବା ଭାରତର ୧୦ଟି ଉଚ୍ଚତମ ଅଟ୍ଟାଳିକା ନାମ ...

ସେ କହିଛନ୍ତି- ଆଗୁଆ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେଲେ ସପ୍ତମ ବେତନ କମିଶନ କାର୍ଯ୍ୟକାଳ ସରିବା ବହୁ ପୂର୍ବରୁ ନୂଆ କମିଶନଙ୍କ ସୁପାରିଶ ମିଳିପାରିବ । ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ସରକାର, ପିଏସୟୁ ସମେତ ସବୁ ଷ୍ଟେକହୋଲ୍ଡରଙ୍କ ମତ ନିଆଯିବ। ଖୁବଶୀଘ୍ର କମିଶନ ଅଧ୍ୟକ୍ଷ ଓ ୨ ସଦସ୍ୟ ନିଯୁକ୍ତ ହେବେ ।

Advertisment

ଅଷ୍ଟମ ବେତନ କମିଶନ ଗଠନ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ କେନ୍ଦ୍ରୀୟ ସରକାରୀ କର୍ମଚାରୀ। ଏହା ଲାଗୁ ହେଲେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଓ ଭତ୍ତା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସେନ ବି ବହୁଗୁଣ ବୃଦ୍ଧି ପାଇବ । DA ବା ମହଙ୍ଗା ଭତ୍ତା ସହ ପେନସନର୍ସଙ୍କ ଡିଅରନେସ୍ ରିଲିଫ୍ ବା DR ବି ସଂଶୋଧନ ହେବ।

ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ, ଗତଥର ଲାଗୁ ହୋଇଥିବା ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର, ଏଥର ୨.୮୬କୁ ବଢ଼ିପାରେ। ଫଳରେ ବେସିକ୍ ସାଲାରି ବା ମୂଳ ଦରମା ୨.୮୬ ଗୁଣ ବୃଦ୍ଧି ପାଇବ। ଫିଟମେଣ୍ଟ ଫ୍ୟାକ୍ଟରର ଅର୍ଥ- କେତେ ଗୁଣ ବଢ଼ିବ ଦରମା। ଏବେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରି ୧୮ହଜାର ଟଙ୍କା ଥିବା ବେଳେ, ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ଅନୁସାରେ ବେସିକ୍ ୫୧ ହଜାର ୪୮୦ ଟଙ୍କାକୁ ବଢ଼ିପାରେ। ସେହିପରି ଏବେ ମାସକୁ ସର୍ବନିମ୍ନ ୯ ହଜାର ଟଙ୍କା ପାଉଥିବା ପେନସନଭୋଗୀ, ଆସନ୍ତାବର୍ଷଠୁ ମାସକୁ ୨୫ ହଜାର ୭୪୦ ଟଙ୍କା ପାଇପାରନ୍ତି । ୧୯୪୭ଠାରୁ ଏଯାଏଁ ୭ଟି ପେ’ କମିଶନ ଲାଗୁ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଆସିଲା ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟ, ତାଲିକାରେ ମୋଦି- ଶାହଙ୍କ ସହ ବୈଜୟନ୍ତ ପଣ୍ଡା

Narendra Modi Central Govt Employees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ