Advertisment

ପାକିସ୍ତାନକୁ ସିଡିଏସଙ୍କ କଡ଼ା ଚେତାବନୀ: ଭାରତ ଶାନ୍ତିପ୍ରିୟ ରାଷ୍ଟ୍ର, କିନ୍ତୁ ହୋଇପାରିବୁନି ଶାନ୍ତିବାଦୀ

ଭାରତର ସୁରକ୍ଷା କବଚ ସୁଦର୍ଶନ ଚକ୍ର ଉପରେ ବି କହିଥିଲେ ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ । ସୁଦର୍ଶନ ଚକ୍ର ଭାରତର ରଣନୈତିକ ପ୍ରତିରକ୍ଷାକୁ ବୃଦ୍ଧି କରିବ । ଯାହା ଭାରତର ଢାଲ ଓ ଖଣ୍ଡା ଭାବରେ କାର୍ଯ୍ୟ କରିବ। ସୁଦର୍ଶନ ଚକ୍ର ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
CDS Anil Chauhan

CDS Anil Chauhan

ଭାରତ ଶାନ୍ତିପ୍ରିୟ ରାଷ୍ଟ୍ର । ସବୁବେଳେ ଶାନ୍ତିର ପକ୍ଷରେ ଠିଆ ହୋଇଛି । ଆମେ ଶାନ୍ତି ପ୍ରିୟ, କିନ୍ତୁ ଶାନ୍ତିବାଦୀ ହୋଇପାରିବୁ ନାହିଁ । ଶକ୍ତି ବିନା ଶାନ୍ତି ଏକ କାଳ୍ପନିକ କଳ୍ପନା । ମଧ୍ୟପ୍ରଦେଶର ଆର୍ମି ୱାର କଲେଜରେ ତିନି ସେନାର ସେମିନାରରେ ଏମିତି କିଛି କହି ପାକିସ୍ତାନ ସମେତ ଶତ୍ରୁ ରାଷ୍ଟ୍ରଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ୍ । ଏଥିସହ ସେ କହିଥିଲେ, ବିକଶିତ ଭାରତ ଭାବରେ ଆମକୁ କେବଳ ପ୍ରଯୁକ୍ତିବିଦ୍ୟାରେ ନୁହେଁ । ବରଂ ଚିନ୍ତାଧାରା ଓ ଆଚରଣରେ ମଧ୍ୟ ସଶସ୍ତ୍ର, ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାକୁ ପଡିବ ।

Advertisment

ସେହିପରି ଭାରତର ସୁରକ୍ଷା କବଚ ସୁଦର୍ଶନ ଚକ୍ର ଉପରେ ବି କହିଥିଲେ ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ । ସୁଦର୍ଶନ ଚକ୍ର ଭାରତର ରଣନୈତିକ ପ୍ରତିରକ୍ଷାକୁ ବୃଦ୍ଧି କରିବ । ଯାହା ଭାରତର ଢାଲ ଓ ଖଣ୍ଡା ଭାବରେ କାର୍ଯ୍ୟ କରିବ। ସୁଦର୍ଶନ ଚକ୍ର ୨୦୩୫ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

ପୂର୍ବରୁ ସ୍ବାଧୀନତା ଦିବସରେ ସୁଦର୍ଶନ ଚକ୍ର ମିଶନ ଆରମ୍ଭ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରୀୟ ସୁରକ୍ଷା କବଚକୁ ବିସ୍ତାର କରାଯିବ । ୨୦୩୫ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଯୋଗାଇ ଦିଆଯିବ । ଶ୍ରୀଘ୍ର ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛୁ ବୋଲି ଲାଲକିଲ୍ଲାରୁ ଘୋଷଣା କରିଥିଲେ ପିଏମ ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ଆଗାମୀ ଦଶ ବର୍ଷ ମଧ୍ୟରେ, ୨୦୩୫ ସୁଦ୍ଧା, ମୁଁ ଏହି ଜାତୀୟ ସୁରକ୍ଷା ଢାଲକୁ ବିସ୍ତାର, ସୁଦୃଢ଼ ଏବଂ ଆଧୁନିକୀକରଣ କରିବାକୁ ଚାହୁଁଛି । ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ପ୍ରେରଣା ନେଇ, ଆମେ ସୁଦର୍ଶନ ଚକ୍ରର ପଥ ବାଛିଛୁ... ଦେଶ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବ।"

ସୁଦର୍ଶନ ଚକ୍ର ମିଶନ ପାୱାରଫୁଲ୍ ୱିପେନ୍ ସିଷ୍ଟମ । ଶତ୍ରୁର ଆକ୍ରମଣକୁ ଏହା ବିଫଳ କରିବ । ସେହିପରି ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି । ଡେମୋଗ୍ରାଫି ବଦଳାଇବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

India Pakistan CDS
Advertisment
Advertisment