slap
ଲିଫ୍ଟ ର ଡୋର ବନ୍ଦ ହୋଇଯିବାରୁ ଲିଫ୍ଟ ଭିତରେ ଏକ ପିଲାକୁ ଚାପୁଡା ପରେ ଚାପୁଡା ମାରିଛନ୍ତି ଜଣେ ବ୍ୟକ୍ତି । ଖାଲି ମାଡ ନୁହେଁ ବରଂ ରାଗରେ ଉତ୍ତ୍ୟକ୍ତ ହୋଇ ପିଲାଟିର ହାତକୁ ମଧ୍ୟ କାମୁଡି ଦେଇଛନ୍ତି । ଏଭଳି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ମହାରାଷ୍ଟ୍ରର ଥାନେ ଅଞ୍ଚଳର । ଜୁଲାଇ ୪ ତାରିଖରେ ଏହି ଘଟଣା ଘଟିଥିଲା ।
ଅଧିକ ପଢନ୍ତୁ: ସ୍କୁଲରେ ଲଜ୍ଜା: ୧୦ ଛାତ୍ରୀଙ୍କ ପୋଷାକ ଖୋଲିଲେ...
ମହାରାଷ୍ଟ୍ରର ଥାନେ ଜିଲ୍ଲାର ଅମ୍ବରନାଥ ପୂର୍ବ ଅଞ୍ଚଳରେ ରହୁଥିବା ଜଣେ ନାବାଳକ ଜୁଲାଇ ୪ ତାରିଖ ସନ୍ଧ୍ୟା ୫ଟା ବେଳେ ଟିଉସନ ଯିବା ପାଇଁ ସେ ରହୁଥିବା ଆପାର୍ଟମେଣ୍ଟର ୧୪ ନମ୍ବର ଫ୍ଲୋରରୁ ବାହାରିଥିଲେ । ଏହି ସମୟରେ ସେ ଲିଫ୍ଟରେ ତଳକୁ ଯାଉଥିବା ବେଳେ ଲିଫ୍ଟର ଡୋର୍ ବନ୍ଦ ହୋଇ ଯାଇଥିଲା । ଏହା ପରେ ସେହି ଲିଫ୍ଟରେ ଯିବାକୁ ଚାହୁଁଥିବା କୈଳାସ ଥାୱାନି କାହିଁକି ପିଲାଟି ଲିଫ୍ଟର ଡୋର ନ ଖୋଲି ବନ୍ଦ କରି ଦେଲେ ବୋଲି ରାଗରେ ଉତକ୍ଷିପ୍ତ ହୋଇ ପିଲାଟିକୁ ଚାପୁଡା ପରେ ଚାପୁଡା ମାରି ଚାଲିଥିଲେ ।
ଏହି ହିଂସାତ୍ମକ ଆକ୍ରମଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । କେବଳ ଏତିକିରେ ମନ ଶାନ୍ତି ହୋଇନଥିଲା କୈଳାସଙ୍କର । ଏହା ପରେ ସେ ଉକ୍ତ ଛୋଟ ପିଲାଟିର ହାତକୁ କାମୁଡି ଦେଇଥିଲେ । ଆହୁରି ତାଙ୍କୁ ଧମକ ଦେଇଥିଲେ ଯେ, ଲିଫ୍ଟରୁ ବାହାରକୁ ଗଲେ ତାଙ୍କୁ ଛୁରୀରେ ଆକ୍ରମଣ କରିବେ । ସେଠାରେ ଉପସ୍ଥିତ ଥିବା ଜଣେ ହାଉସକିପିଂ କର୍ମଚାରୀଙ୍କ ହସ୍ତକ୍ଷେପ ସତ୍ତ୍ବେ ସେ ବାଡେଇ ଚାଲିଥିଲେ । ଏହି ଘଟଣାକୁ ନେଇ ଆକ୍ରୋଶ ବଢିବାରୁ ଘଟଣା ଘଟିବାର ୪ ଦିନ ପରେ ଏକ ଏଫଆଇଆର ରୁଜୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/slap_1752138571.jpg)