ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ଚଳିତ ବର୍ଷ ୧୬,୯୨,୭୯୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪,୯,୩୦୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧.୬୪ ପ୍ରତିଶତ ଛାତ୍ରୀ ପାସ୍ ହାର ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୭୦ ପ୍ରତିଶତ ରହିଛି ।
ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in , results.cbse.nic.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ । ଏହି ୱେବସାଇଟରେ ଲଗଇନ କରି ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖି ପାରିବେ । ଯେଉଁମାନଙ୍କର ଇଂଟରନେଟ ସଂଯୋଗ ନାହିଁ ସେମାନେ ଇଂଟେରାକ୍ଟିଭ ଭଏସ ରେସପନ୍ସ ସିଷ୍ଟମ (ଆଇଭିଆରଏସ) ଜରିଆରେ ରେଜଲ୍ଟ ଜାଣିପାରିବେ । ଏହି ଜରିଆରେ ଏସଟିଡି କୋଡ୍ ଦେଇ ଏବଂ ରୋଲ ନମ୍ବର ସହିତ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେଇ ରେଜଲ୍ଟ ଜାଣି ପାରିବେ । ସେହିପରି ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ଜାଣି ପାରିବେ । ୭୭୩୮୨୯୯୮୯୯ କୁ CBSE10 ଲେଖି ରେଜଲ୍ଟ ଦେଖି ପାରିବେ । ୨୦୨୪ରେ ୮୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଚଳିତବର୍ଷ ୦.୪୧ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଛି । ଦେଶରେ ଛାତ୍ରୀଙ୍କ ପାସ୍ହାର ୯୧.୬୪%, ଛାତ୍ରଙ୍କ ପାସ୍ହାର ୮୫.୭୦% -JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍ ରହିଛି ।
ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ମୋଟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦଶମ ଶ୍ରେଣୀ ପରୀକ୍ଷାଫଳ ଖୁବ ଶୀଘ୍ର ବାହାରିବ । ଉଭୟ ପରୀକ୍ଷାରେ ପାସ୍ କରିବା ପାଇଁ ହେଲେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ନମ୍ବର ରଖିବାକୁ ପଡିବ ।
Also Read
ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପୁଣି ବାଜି ମାରିଲେ ଝିଅ