Advertisment

ଇଡି ପରେ କେଜ୍ରିୱାଲଙ୍କୁ ଘାଣ୍ଟିବ CBI !

ଇଡି ପରେ କେଜରିୱାଲଙ୍କୁ ଘାଣ୍ଟିପାରେ ସିବିଆଇ। ଇଡିର ରିମାଣ୍ଡ ସରିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ସୂଚନା ମିଳିଛି।

author-image
Santosh Kumar Sahoo
Arvind Kejriwal

Arvind Kejriwal

ଦିଲ୍ଲୀ ହାଇକୋର୍ଟକୁ ଗଲେ ଅରବିନ୍ଦ କେଜ୍ରିୱାଲ। ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ତୁରନ୍ତ ମୁକ୍ତି ପାଇଁ ସେ ଆବେଦନ କରିଛନ୍ତି। ତୁରନ୍ତ ଶୁଣାଣି ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି। ସେପଟେ ଇଡି ପରେ କେଜରିୱାଲଙ୍କୁ ଘାଣ୍ଟିପାରେ ସିବିଆଇ। ଇଡିର ରିମାଣ୍ଡ ସରିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ସୂଚନା ମିଳିଛି। ଦିଲ୍ଲୀ ମଦ ଦୁର୍ନୀତିର ମନି ଲଣ୍ଡ୍ରରିଂ ମାମଲାରେ ତଦନ୍ତ କରୁଛି ଇଡି। ଅସଲି ଅଭିଯୋଗ ହେଉଛି ଦୁର୍ନୀତି ଅଭିଯୋଗ। ଏଥିରେ ସିବିଆଇ ଏଣ୍ଟ୍ରି କରିପାରେ ବୋଲି ସୂଚନା ମିଳିଛି।

Advertisment

ସେପଟେ ଜେଲରୁ ଥାଇ ଏକ ଭାବପ୍ରବଣ ଭରା ଚିଠି ଲେଖିଛନ୍ତି କେଜ୍ରିୱାଲ। ଏହି ଚିଠିକୁ ପଢ଼ି ଶୁଣାଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ। ଏହି ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ଦେଶ ଭିତରେ ଓ ବାହାରେ ଥିବା ଅନେକ ଶକ୍ତି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ହରାଇବାକୁ ପଡ଼ିବ। ଦିଲ୍ଲୀର ମହିଳା ଭାବୁଥିବେ କେଜ୍ରିୱାଲ ଜେଲରେ ଅଛନ୍ତି। ନିଜକୁ ସେହି ମହିଳାଙ୍କ ଭାଇ, ପୁଅ କହି କେଜ୍ରିୱାଲ ଚିଠିରେ ଲେଖିଛନ୍ତି, ନିଜ ଭାଇ, ପୁଅକୁ ସେମାନେ ବିଶ୍ୱାସ କରନ୍ତୁ। କୌଣସି ଜେଲ୍ ତାଙ୍କୁ ଅଧିକ ଦିନ ରଖିପାରିବ ନାହିଁ । ମୁଁ ଜଲଦି ବାହାରିବି ଓ ପ୍ରତିଶ୍ରୁତି ରକ୍ଷା କରିବି। ସମାଜ ପାଇଁ କାମ ଜାରି ରଖନ୍ତୁ। ବିଜେପି କର୍ମୀଙ୍କୁ ଘୃଣା କରନ୍ତୁ ନାହିଁ। ସେମାନେ ଆମର ଭାଇ ଭଉଣୀ ବୋଲି ଚିଠିରେ ଲେଖିଛନ୍ତି କେଜ୍ରିୱାଲ। କେଜ୍ରିୱାଲଙ୍କ ଏହି ଚିଠିକୁ ପଢି ଶୁଣାଇଥିଲେ ତାଙ୍କ ସ୍ତ୍ରୀ ସୁନୀତା। ଗତ ଗୁରୁବାର ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ମାର୍ଚ୍ଚ ୨୮ ଯାଏ କେଜ୍ରିୱାଲ ଇଡି ରିମାଣ୍ଡରେ ଅଛନ୍ତି।

CBI Arvind Kejriwal Enforcement Directorate
Advertisment
Advertisment