• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କ୍ୟାସ୍ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦ ମାମଲା । ଆଜି ଏଥିକ୍ସ କମିଟିରେ ହାଜର ହୋଇପାରନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏନେଇ ଏଥିକ୍ସ କମିଟି ପକ୍ଷରୁ ତାଙ୍କୁ ସମନ୍ କରା ଯାଇଥିଲା । ଗତ ୩୧ ତାରିଖରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବା ଲାଗି ମହୁଆଙ୍କୁ କମିଟି ପକ୍ଷରୁ କୁହାଯାଇଥିଲା ।

ତେବେ ସେ ଦୁଇ ଦିନ ସମୟ ମାଗିଥିଲେ । ତେଣୁ ଆଜି ସେ ଏଥିକ୍ସ କମିଟିରେ ହାଜର ହୋଇ ନିଜ ପକ୍ଷ ରଖି ପାରନ୍ତି ବୋଲି ସୂଚନା । ସେପଟେ ଏହାରି ମଧ୍ୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହୁଆଙ୍କ ପାର୍ଲାମେଣ୍ଟ ଆକାଉଣ୍ଟ ଦୁବାଇରେ ୪୭ ଥର ଲଗ୍ ଇନ୍ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ କିଏ କାହିଁକି ଏପରି କରିଛି, ସେନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ । ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠୁ ବହୁ ମୂଲ୍ୟ ସାମଗ୍ରୀ ନେଇ ନିଜର ପାର୍ଲାମେଣ୍ଟ ୟୁଜର ଆଇଡି ଓ ପାସୱାର୍ଡ ଦେଇଥିବା ଅଭିଯୋଗ ମହୁଆଙ୍କ ନାଁରେ ରହିଛି ।

ଅନ୍ୟପଟେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେଇଡି ତରଫରୁ ଆପ ନେତାଙ୍କ ଘରେ ଚଢ଼ଉ କରା ଯାଇଛି । ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍‌ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ରେଡ୍ କରୁଛି ଇଡି । କେଜ୍ରିୱାଲଙ୍କର ଇଡିରେ ହାଜର ପୂର୍ବରୁ ମନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି ।

ତେବେ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବାକୁ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।